Categories: ଯାଜପୁର

ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା ଚିନ୍ତାର କାରଣ ପାଲଟିଛି। ଦିନ ହେଉ କି ରାତି ବିଦ୍ୟୁତ୍‌ କାଟ୍‌ ଲୋକମାନଙ୍କୁ ହନ୍ତସନ୍ତ କରିଛି । ଜାରକା ଅଞ୍ଚଳରେ ରବିବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ଯାଏ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା।

ସେହି ସମୟରେ ସ୍ଥାନୀୟ ଯନ୍ତ୍ରୀଙ୍କୁ ଫୋନ କରିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲାା କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚଣ୍ଡିଖୋଲଠାରେ ଥିବା ଓପିଟିସିଏଲର ୧୩୨/୩୩ ମେଗା ଭୋଲ୍ଟର ବିଦ୍ୟୁତ୍‌ ଉପକେନ୍ଦ୍ରରୁ ଜାରକା, ଆରୁହା, କବାଟବନ୍ଧ, କୁଣ୍ଡପାଟଣା ଆଦି ଅନେକ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ କରାଯାଉଛି।

ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସହ ଲୋକମାନେ ବହୁଳ ପରିମାଣରେ ଏସି , ଫ୍ୟାନ୍‌,କୁଲର ବ୍ୟବହାର କରୁଛନ୍ତି। ଫଳରେ ଅତ୍ୟାଧିକ ଲୋଡ୍‌ କାରଣରୁ ଚଣ୍ଡିଖୋଲଠାରେ ଥିବା ବିଦ୍ୟୁତ୍‌ ଉପକେନ୍ଦ୍ରରୁ ବିଦ୍ୟୁତ୍‌ ଯୋଗାଣ ବାରମ୍ବାର ବିଚ୍ଛିନ୍ନ ହେଉଛି ା ପ୍ରଶାସନ ପକ୍ଷରୁ ବିଦ୍ୟୁତ୍‌ ନ କାଟିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା କିନ୍ତୁ ଅତ୍ୟାଧିକ ଲୋଡ୍‌ ପାଇଁ ବିଦ୍ୟୁତ୍‌ ଯୋଗାଣ କମ୍ପାନୀ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି ବୋଲି ଗ୍ରାହକମାନେ ଅଭିଯୋଗ କରିଛନ୍ତି ା