ଅନଧିକୃତ ଛୁଟି ଡାକ୍ତରଙ୍କୁ ମହଙ୍ଗା ପଡ଼ିଲା

ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ)ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ଲାଇଫଲାଇନ କୁହାଯାଉଛି। ଏଠାରେ କାର୍ଯ୍ୟରତ କେତେକ ଡାକ୍ତରଙ୍କ ଘର କଟକ, ଭୁବନେଶ୍ୱର ହୋଇଥିବା ବେଳେ ସେମାନେ ନିଜ ଇଚ୍ଛାରେ ହସ୍ପିଟାଲ ଆସୁଛନ୍ତି। ସେହିପରି ଅନ୍ୟ କେତେକ ଡାକ୍ତର ଅନଧିକୃତ ଛୁଟିରେ ରହୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା। ଅନ୍ୟ କିଛି ବରିଷ୍ଠ ଡାକ୍ତରଙ୍କୁ ଘରୋଇ ହସ୍ପିଟାଲ ପ୍ରୀତି ଲାଗିରହିଛି। ସେମାନେ ହସ୍ପିଟାଲକୁ ଆସୁନଥିବା ଅଭିଯୋଗ ହେଉଥିଲା। ଛୁଟି ନନେଇ ସେମାନେ କଟକ ଓ ଭୁବନେଶ୍ୱରରେ ପ୍ରାକ୍ଟିସ୍‌ କରୁଥିବା ବେଳେ ଏଠାରେ କାମ କରୁଥିବା ଦର୍ଶାଇ ଦରମା ପାଉଥିବା ମଧ୍ୟ ଅଭିଯୋଗ ହେଉଥିଲା। ଜଣେ ପ୍ରଫେସର ଛୁଟି ନନେଇ ଅନଧିକୃତ ଅନୁପସ୍ଥିତ ରହିଥିବା ଜଣାପଡିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। କିଡନି ରୋଗ ବିଭାଗର ଜଣେ ପ୍ରଫେସରଙ୍କ ମାସକର ଦରମା ବନ୍ଦ ହୋଇଥିବା ଜଣାପଡିଛି। ଏନେଇ ଏମକେସିଜି ଡିନ୍‌ ତଥା ପ୍ରିନ୍ସିପାଲ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି, ପ୍ରତ୍ୟେକ ମାସରେ ଡାକ୍ତରଙ୍କ ଉପସ୍ଥାନ ଯାଞ୍ଚ କରାଯାଉଛି। ଜଣେ ପ୍ରଫେସର ଅନଧିକୃତ ଛୁଟିରେ ରହିବା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ସେ ସ୍ବୀକାର କରିଛନ୍ତି। ତିନିଦିନ ସେ ଅନଧିକୃତ ଅନୁପସ୍ଥିତ ଥିବାରୁ ତାଙ୍କର ସେପ୍ଟେମ୍ବର ମାସର ଦରମା ବନ୍ଦ ହୋଇଥିବା କହିଛନ୍ତି। ଏମକେସିଜିରେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଦେଖିବାକୁ ମିଳିଛି।
ବରିଷ୍ଠ ଡାକ୍ତରମାନେ କଟକ ଓ ଭୁବନେଶ୍ୱରରେ ରହି ଏମକେସିଜିରେ ଉପସ୍ଥିତି ଥିବା ଉପସ୍ଥାନରେ ଦେଖାଉଛନ୍ତି। ଦୁଃଖର ବିଷୟ ହେଲା ଏଠାରେ ବାୟୋମେଟ୍ରିକ୍‌ ଓ ଫେସ୍‌ ଡିଟେକ୍ଟର ମାଧ୍ୟମରେ ଏଠାରେ ଉପସ୍ଥାନ ନେବାକୁ ମେଡିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏମସିଆଇ)ର ନିର୍ଦ୍ଦେଶ ରହିଛି। ଏମକେସିଜିରେ ସମସ୍ତ ପ୍ରଫେସର ଏବଂ ଡାକ୍ତର ମାନଙ୍କ ଫେସ୍‌ ଡିଟେକ୍ଟର ଓ ବାୟୋମେଟ୍ରିକ୍ରେ ଉପସ୍ଥାନ ଦେବାକୁ ପଞ୍ଜିକରଣ କରାଯାଇଛି। ଯେଉଁ ବିଭାଗ ଡାକ୍ତରମାନଙ୍କ ଫେସ୍‌ ଡିଟେକ୍ଟର ଓ ବାୟୋମେଟ୍ରିକ୍‌ ଉପସ୍ଥାନରେ ସମସ୍ୟା ହେଉଛି, ସେମାନଙ୍କ କାର୍ଯ୍ୟ ପ୍ରମାଣପତ୍ର ବିଭାଗ ମୁଖ୍ୟ ଦେବେ। କିନ୍ତୁ ଅଧିକାଂଶ ବିଭାଗରେ ଡାକ୍ତର ଓ ବିଭାଗ ମୁଖ୍ୟମାନେ ବି ରହୁନାହାନ୍ତି। ସେମାନେ ବାୟୋମେଟ୍ରିକ ଓ ଫେସ୍‌ ଡିଟେକ୍ଟରରେ ଉପସ୍ଥାନ ନଦେଇ, ଖାତାରେ ଉପସ୍ଥାନ ଦେଉଛନ୍ତି। ଫଳରେ କିଏ ଆସୁଛନ୍ତି ଓ କିଏ ଆସୁନାହାନ୍ତି ତାହା ଜାଣିବା କଷ୍ଟକର ହେଉଥିଲା। କିଡନି ବିଭାଗରେ ନିୟମିତ ଭାବେ ଡାକ୍ତର ଇନଡୋରକୁ ଆସୁନଥିବା ଅଭିଯୋଗ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଏ ନେଇ ଏମକେସିଜି ଅଧୀକ୍ଷକ ପ୍ରଫେସର ସୂଚିତ୍ରା ଦାଶ ଡିନ୍‌ଙ୍କୁ ଜଣାଇଥିଲେ। ଡିନ୍‌ ଛୁଟି ତାଲିକା ଦେଖିବା ସହ ଉପସ୍ଥାନ ଯାଞ୍ଚ କରିଥିଲେ। ଗତମାସରେ ସେ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନଧିକୃତ ଅନୁପସ୍ଥିତ ରହିଥିବା ଜଣାପଡିଥିଲା। ଏହି ବିଭାଗରେ ଜଣେ ପ୍ରଫେସର ଓ ଜଣେ ଆସିଷ୍ଟାଣ୍ଟ ପ୍ରଫେସର, ଜୁନିୟର ରେସିଡେଣ୍ଟ ଦୁଇଜଣ, ୯ଜଣ ନର୍ସ ରହିଥିବା ବେଳେ ୩ଜଣ ଟେକ୍ନିସିଆନ୍‌ ରହିଥିବା ଜଣାପଡିଛି। ପ୍ରତ୍ୟେକ ଦିନ ୨୮ରୁ ୩୦ ଜଣ ଡାୟାଲେସିସ୍‌ ହେଉଥିବା ବେଳେ ମଙ୍ଗଳବାର ଓ ଶନିବାର ଆଉଟଡୋରକୁ ଶତାଧିକ ରୋଗୀ ଆସୁଛନ୍ତି। ମଙ୍ଗଳବାର ଆଉଟଡୋରରେ ବିଭାଗୟୀ ପ୍ରଫେସରଙ୍କୁ ଦେଖିବାକୁ ମିଳୁଛି, କିନ୍ତୁ ଅନ୍ୟଦିନମାନଙ୍କରେ ଏହି ବିଭାଗରେ ଡାକ୍ତର ମରୁଡ଼ି ବୋଲି ରୋଗୀ ଅଭିଯୋଗ କରି ଆସୁଥିଲେ। ଗୁରୁବାର, ଶୁକ୍ରବାର ଓ ଶନିବାର ଆସିଷ୍ଟାଣ୍ଟ ପ୍ରଫେସର ଆସୁଥିବା ବେଳେ ପ୍ରଫେସର କେବଳ ମଙ୍ଗଳବାର ଆସୁଥିବା ମଧ୍ୟ ଅଭିଯୋଗ ଉଠିଛି। ଅନ୍ୟଦିନରେ କେହି ବି ଡାକ୍ତର ରହୁନାହାନ୍ତି। କିଡନି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବା ବେଳେ ଡାକ୍ତରଙ୍କ ଅନୁପସ୍ଥିତ କାରଣରୁ ଅନେକ ରୋଗୀ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। କେତେକ ଡାକ୍ତର କଟକରେ ରହି ସେଠାରେ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଥିବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଦରମା ନେଉଛନ୍ତି। ଯାହାଫଳରେ ଏଠି ରୋଗୀ ସେବା ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହେଉଛି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ପୁଣି ଲଜ୍ଜା: ମାର୍କେଟ୍‌ ଆସିଥିବା ବେଳେ ସାନଭଉଣୀଙ୍କୁ ଗଣବଳାତ୍କାର, ବଡ଼ ଭଉଣୀଙ୍କୁ ଅସଦାଚରଣ

ରାଉରକେଲା,୨୨ା୯: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର...

ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ...

୫ ଦିନ ହେଲା ନାହିଁ ନେଟୱାର୍କ, ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଲୋକେ

ଦାରିଙ୍ଗବାଡି, ୨୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ନେଟୱାର୍କ ଅଚଳ ହୋଇପଡିଛି ।...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri