ଜି.ଉଦୟଗିରି,୧୯ା୧୨(ଡି.ଏନ୍.ଏ.): ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଦୁଇଦିନ ହେବ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ସକାଳ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ହେଉଛି। ଜି.ଉଦୟଗିରି କୃଷି ପାଣିପାଗ ମାପକ କେନ୍ଦ୍ର ପକ୍ଷରୁ ଜି.ଉଦୟଗିରିରେ ସୋମବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରବିବାର ମଧ୍ୟ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରହିଥିଲା ବୋଲି ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି। ପ୍ରବଳ ଶୀତ ଯୋଗୁ ସନ୍ଧ୍ୟା ୭ଟା ବେଳକୁ ଦୋକାନ ବଜାର ଶୂନ୍ଶାନ ହୋଇପଡୁଛି। ଜି.ଉଦୟଗିରି ବ୍ଲକର ଆଭ୍ୟନ୍ତରୀଣ ଗ୍ରାମଗୁଡ଼ିକରେ ଅଧିକ ଶୀତ ଅନୁଭୂତ ହେଉଥିବା ଗ୍ରାମବାସୀ କହିଛନ୍ତି। ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଘାଟି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି।