Categories: ଜାତୀୟ

ଭାଜପାର ଚିନ୍ତା ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୪।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପୁଷ୍କର ସିଂ ଧାମି ହାରିଯିବା ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ଲାଗି ଭାଜପା ଉଦ୍ୟମ ଜାରି ରଖିଛି।

୭୦ ଆସନ ଉତ୍ତରାଖଣ୍ଡ ବିଧାନସଭାରେ ଭାଜପା ଦୁଇତୃତୀୟାଂଶ ଆସନରେ ବିଜୟୀ ହୋଇଥିଲେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଧାମି ଖାତିମା ଆସନରୁ ହାରିଯାଇଥିଲେ। ଫଳରେ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ସରକାରର ନେତୃତ୍ୱ ଦେବାକୁ ଭାଜପା ଚିନ୍ତା କରୁଛି। ତାଙ୍କୁ ଆଉ ଥରେ ସୁଯୋଗ ଦେବା ଲାଗି ମଧ୍ୟ କେତେଜଣ ନେତା ମତ ଦେଇଛନ୍ତି। ଅନ୍ୟପକ୍ଷରେ ହାରିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ଦଳୀୟ ନୀତି ବିରୋଧରେ ଭୁଲ୍‌ ବାର୍ତ୍ତା ଦେବ ବୋଲି ଦଳର ଅନ୍ୟ ଏକ ଗୋଷ୍ଠୀ ଯୁକ୍ତି କରୁଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଯେଉଁ ପ୍ରମୁଖ ନେତାଙ୍କ ନାମ ଚର୍ଚ୍ଚା ହେଉଛି ସେମାନେ ହେଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖ୍‌ରିୟାଲ ନିଶଙ୍କ, ରାଜ୍ୟ ସଭା ସଦସ୍ୟ ଅନିଲ ବାଲୁନି, ବିଧାୟକ ସତ୍‌ପାଲ ସିଂ ମହାରାଜ ଏବଂ ଧନ ସିଂ ରାଓ୍ବତ।

Share