ଦୁବାଇ,୧୧।୧୧: ଚଳିତ ଟି୨୦ ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରତିପକ୍ଷ ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛନ୍ତି। ପୂରା ଆଇପିଏଲ ଓ ଟି୨୦ ବିଶ୍ୱକପ୍ର ଲିଗ୍ ମ୍ୟାଚ୍ରେ ଯାହା ଦେଖିବାକୁ ମିଳିଛି ଦ୍ୱିତୀୟ ଇନିଂସରେ ପିଚ୍ରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ଏଥିଯୋଗୁ ବିଜୟଲକ୍ଷ୍ୟ ପିଛା କରିବାକୁ ନିଷ୍ପତ୍ତି ନେଇଥିବା ଫିଞ୍ଚ କହିଛନ୍ତି। ତେବେ ଉଭୟ ଦଳ ବିନା ପରିବର୍ତ୍ତନରେ ଓହ୍ଲାଇଛନ୍ତି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଆଇସିସି ଇଭେଣ୍ଟର ନକ୍ଆଉଟ୍ ମ୍ୟାଚ୍ରେ ପାକିସ୍ତାନ କଦାପି ଅଷ୍ଟ୍ରେଲିଆକୁ ହରାଇ ନାହିଁ। ଅନ୍ୟପକ୍ଷରେ ୟୁଏଇରେ ପାକିସ୍ତାନ ଗତ ୧୬ ମ୍ୟାଚ୍ରେ ପରାଜୟ ମୁହଁ ଦେଖିନାହିଁ।