ଦୁବାଇ,୧୪।୧୧: ଚଳିତ ଟି୨୦ ବିଶ୍ୱକପ୍ ଫାଇନାଲରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ। ପିଚ୍ରେ ଟାର୍ଗେଟର ପିଛା କରିବା ସହଜ ଓ କାକର ସମ୍ଭାବନାକୁ ଦୃଷ୍ଟିରେ ରଖି ଫିଞ୍ଚ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଭଳି ପରିସ୍ଥିତିରେ ମ୍ୟାଚ୍ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ଅତିକମ୍ରେ ୧୮୦ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ବିନା ପରିବର୍ତ୍ତନରେ ଓହ୍ଲାଇଥିବା ବେଳେ ନ୍ୟୁଜିଲାଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଆହତ ସମସ୍ୟା କାରଣରୁ ବାଦ୍ ପଡ଼ିଥିବା ଉଇକେଟକିପର ବ୍ୟାଟର ଡେଭନ କନଓ୍ବେ। ତାଙ୍କ ବଦଳରେ ଟିମ୍ ସାଇଫର୍ଟଙ୍କୁ ଦଳରେ ନିଆଯାଇଛି।