ଦୁବାଇ,୧୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣର ଫାଇନାଲରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଅଧିନାୟକ ଇଆନ ମୋର୍ଗାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ଇନିଂସରେ କାକର ପଡ଼ିବାର ସମ୍ଭାବନା ଥିବାରୁ ମୋର୍ଗନ ଏଭଳି ନିଷ୍ପତ୍ତି ପଛର କାରଣ ବୋଲିଂ କହିଛନ୍ତି। ଦୁଇ ଦଳ ବିନା କୌଣସି ପରିବର୍ତ୍ତନରେ ପଡ଼ିଆକୁ ଓହ୍ଲାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏହା ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ୩୦୦ତମ ମ୍ୟାଚ୍।