ଶାରଜା,୧୩।୧୦: ଅନ୍ତର୍ଜାତୀୟ ଶାରଜା ଗ୍ରାଉଣ୍ଡରେ ବୁଧବାର ସନ୍ଧ୍ୟାରେ ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର ଅଧିନାୟକ ଇଆନ ମୋର୍ଗାନ। କେକେଆର ବିନା କୌଣସି ପରିବର୍ତ୍ତନ ଓହ୍ଲାଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଦଳକୁ ଫେରିଛନ୍ତି ମାର୍କସ ଷ୍ଟୋଇନିସଙ୍କ ଅଭିଜ୍ଞ ଅଲରାଉଣ୍ଡର। ଏହି ମ୍ୟାଚ୍ର ବିଜେତା ୧୫ ତାରିଖରେ ହେବାକୁ ଥିବା ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ଭେଟିବ।