ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪ ବର୍ଷୀୟ ସମ୍ପର୍କୀୟ ପୁତୁରାକୁ ଅପହରଣ ପରେ ୩ ଲକ୍ଷ ଟଙ୍କା ଦାବି କରି ନ ପାଇବାରୁ ତଣ୍ଟିଚିପି ହତ୍ୟା କରିଛନ୍ତି କକା ରୋହନ ବାଗ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଗାଁ ନିକଟ ଯମୁନା ଯୋରରେ ମୃତଦେହକୁ ପୋତିଦେଇଥିଲେ ଅଭିଯୁକ୍ତ। ହେଲେ ମୃତକଙ୍କ ବାପାଙ୍କୁ ଯେଉଁ ଚିଠି ଲେଖି ୩ଲକ୍ଷ ଟଙ୍କା ଦାବି କରିଥିଲେ ଅଭିଯୁକ୍ତ, ସେହି ଚିଠି ହିଁ ତାଙ୍କୁ ଶେଷରେ ଧରାପକାଇଛି। ଶନିବାର ଅଭିଯୁକ୍ତ କକା ରୋହନଙ୍କୁ ଗିରଫ କରିଛି ପୋଲିସ। ରୋହନ କିପରି ଗତ ୧୪ତାରିଖରେ ସମ୍ପର୍କୀୟ ପୁତୁରା ରେହାନ ବାଗଙ୍କୁ ଅପହରଣ କରିଥିଲେ ଓ ଟଙ୍କା ନ ପାଇବାରୁ ତଣ୍ଟିଚିପି ହତ୍ୟା କରି ଯୋରରେ ପୋତିଦେଇଥିଲେ ତାହା ପୋଲିସ ଆଗରେ ଗୋଟିଗୋଟି ବଖାଣିଛନ୍ତି। ଅଭିଯୁକ୍ତଙ୍କ ସ୍ବୀକାରୋକ୍ତି ପରେ ଶନିବାର ପୋଲିସ ତାଙ୍କୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏଶନ କରିଛି। ଏହାସହ ମାଟି ଖୋଳି ଗଳିତ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଆଇପିସି ଦଫା ୩୦୨, ୩୬୬ ଅନୁଯାୟୀ ଏକ ମାମଲା(୧୬୬/୨୪) ରୁଜୁ କରି ଅଭିଯୁକ୍ତ ରୋହନ ବାଗଙ୍କୁ କୋର୍ଟଚାଲାଣ କରଛି ପୋଲିସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ରେଲଓ୍ବେ ଠିକାଦାରଙ୍କ ଅଧୀନରେ ବିଦ୍ୟୁତ୍‌ କାର୍ଯ୍ୟରେ ନିୟୋଜିତ ଥିବା ବେଲପଡ଼ା ଗ୍ରାମର କାମନିଧି ବାଗ ଗତ ୧୪ ତାରିଖରେ ପୁଅ ରେହାନ ନିଖୋଜ ଥିବା ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଅର ନିଖୋଜ ପରେ ମିଳିଥିବା ଧମକପୂର୍ଣ୍ଣ ଚିଠିକୁ କାମନିଧି ପୋଲିସକୁ ଦେଇଥିଲେ। ଏଥିରେ ୩ଲକ୍ଷ ଟଙ୍କା ଦେଲେ ପୁଅକୁ ଛଡ଼ାଯିବ ବୋଲି ଉଲ୍ଲେଖଥିଲା। ଏହି ଚିଠିକୁ ଆଧାରକରି ପୋଲିସ ଏକ ଟେକ୍ନିକାଲ ଟିମ୍‌ ଗଠନ କରି ତଦନ୍ତ ଆଗକୁ ବଢ଼ାଇଥିଲା। କେତେଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ହସ୍ତାକ୍ଷରକୁ ଯାଞ୍ଚ କରାଯିବା ପରେ ରୋହନ ବାଗ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା, ଯିଏ କି କିଛି କାମଧନ୍ଦା ନ କରି ବେକାର ଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସବୁ କଥା ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri