Categories: ଜାତୀୟ

ଚାଚା ନେହେରୁଙ୍କ ୧୩୧ ଜନ୍ମ ତିଥି: ଶାନ୍ତିବନରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୪।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୧ତମ ଜନ୍ମ ତିଥିରେ ବରିଷ୍ଠ ରାଜନେତାଙ୍କ ସମେତ ସାଧାରଣ ବ୍ୟକ୍ତି ବିଶେଷ ଶାନ୍ତିବନରେ ଶନିବାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରର୍ବଟଭଦ୍ରାଙ୍କ ସମେତ ଅନ୍ୟ ରାଜନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପଣ୍ଡିତ ନେହେରୁ ୧୮୮୯ ନଭେମ୍ବର ୧୪ ତାରିଖରେ ଆହ୍ଲାବାଦ୍‌ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମୋତିଲାଲ୍‌ ନେହେରୁ ଜଣେ ଓକିଲ ଥିଲେ। ଜବାହରଙ୍କ ମାତା ସ୍ବରୂପ ରାଣୀ ଜଣେ ଆଦର୍ଶ ଗୃହିଣୀ ଥିଲେ। ଭାରତ ୧୯୪୭ ଅଗଷ୍ଟ ୧୫ରେ ସ୍ବାଧୀନତା ହାସଲ କରିବା ପରେ ନେହେରୁ ସ୍ବତନ୍ତ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୬୪ ମେ ୨୭ରେ ହୃଦ୍‌ଘାତରେ ସେ ଦେହତ୍ୟାଗ କରିଥିଲେ। ଛୋଟ ପିଲାଙ୍କୁ ଭଲ ପାଉଥିଲେ। ତେଣୁ ପିଲାମାନେ ତାଙ୍କୁ ଶ୍ରଦ୍ଧାରେ ଚାଚା ନେହେରୁ ବୋଲି ଡାକୁଥିଲେ। ନେହେରୁଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି।

Share