ଦୁର୍ଘଟଣାରେ ମାମୁ-ଭଣଜା ମୃତ, ଭାଣିଜୀ ଗୁରୁତର

ମାଲକାନଗିରି,୨୩।୫: ମାଲକାନଗିରି ଜିଲା ଗୌଡ଼ଗୁଡ଼ାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାମୁ ଓ ଭଣଜାଙ୍କ ମୃତ୍ୟୁ ଘଟିଛି। ସେହିପରି ଭାଣିଜୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଏମ୍‌ଭି-୦୧ ଗ୍ରାମର ମାମୁ ମିଥୁନ ବଶ୍ୱାସ(୨୮) ଏବଂ ଭଣଜା ପୀୟୂଷ ଦାସ(୪)।
ମିଳିଥିବା ସୂଚନା ମୁତାବକ, ଏମ୍‌ଭି-୯ ଗ୍ରାମରୁ ଏକ ଟ୍ରକ୍‌ ମାଲକାନଗିରି ଅଭିମୁଖେ ଯାଉଥିଲା। ଏହି ସମୟରେ ଏମ୍‌ଭି-୧ ଗ୍ରାମରୁ ଏମ୍‌ଭି-୯ ଅଭିମୁଖେ ଯାଉଥିବା ମିଥୁନ୍‌ଙ୍କ ବାଇକ୍‌ ସହ ଗୌଡ଼ଗୁଡ଼ା ନିକଟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ମିଥୁନ ଏବଂ ପୀୟୂଷଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ସୁଚିତ୍ରା(୨୬) ଗୁରୁତର ଆହତ ହୋଇଛନ୍ତି। ସୁଚିତ୍ରାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମାଲକାନଗିରି ଜିଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Share