କାକାଙ୍କୁ ଟାଙ୍ଗିଆରେ ହାଣିଲେ ପୁତୁରା

ରେଢ଼ାଖୋଲ,୧୫ା୯(ଡି.ଏନ.ଏ.): ରେଢ଼ାଖୋଲ ଥାନା ଘୋଷରାମାଳ ଗ୍ରାମରେ ପୁତୁରାର ଟାଙ୍ଗିଆ ଚୋଟରେ କାକା ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୧୦୨/୨୨) ରୁଜୁ କରିଛି। ତଦନ୍ତ ପରେ ପୋଲିସ ଅଭିଯୁକ୍ତ ପୁତୁରା ସୁରଥ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଏସ୍‌ଆଇ ସଞ୍ଜୟ କୁଲୁ କହିଛନ୍ତି। ଗୁରୁତର ଆହତ କାକା ତରଣିସେନ ସାହୁଙ୍କୁ ରେଢାଖୋଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଜମିବାଡି ଭାଗବଣ୍ଟାକୁ ନେଇ କାକା ପୁତୁରା ମଧ୍ୟରେ ଗଣ୍ଡଗୋଳ ହୋଇ ଏପରି ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Share