ଝିଆରୀଙ୍କୁ ବଳାତ୍କାର କରି ଜେଲ ଗଲେ କକା

ପାଟଣା,୨୬ା୯(ସ୍ବ.ପ୍ର.): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ରବିବାର ସମ୍ପର୍କୀୟ କକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗ ଅନୁଯାୟୀ, ସୋମବାର ରାତିରେ ନାବାଳିକା ଜଣକ ଶୌଚ ପାଇଁ ଯାଇଥିଲେ। ସେତିକିବେଳେ ନାବାଳିକାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତ ବଳାତ୍କାର କରିଥିଲେ। ଏନେଇ ଗଁାରେ ଏକ ବୈଠକ ବସିଥିଲା। ଏଥିରେ ଅଭିଯୁକ୍ତଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ହେଲେ ଅଭିଯୁକ୍ତଙ୍କ ପରିବାର ଲୋକେ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପୋକ୍‌ସୋ ଆକ୍ଟରେ ଏକ ମାମଲା(ନଂ.୧୦୮/୨୧) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ରବିବାର ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ବିବାହିତ ଓ ତାଙ୍କର ଦୁଇ ସନ୍ତାନ ଅଛନ୍ତି।

Share