Categories: ଜାତୀୟ

ପ୍ରତିବନ୍ଧକ ବିରୋଧରେ ଧାରଣାରେ ବସିବେ ମମତା

କୋଲକାତା, ୧୨ା୪- ନିର୍ବାଚନ ଆୟୋଗ (ଇସି) ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ବିରୋଧରେ କୋଲକାତାସ୍ଥିତ ଗାନ୍ଧୀ ମୃର୍ତ୍ତିଠାରେ ମଙ୍ଗଳବାର ଅପରାହ୍ନ ୧୨ଟାରେ ଧାରଣରେ ବସିବେ ବୋଲି ଟୁଇଟ୍‌ କରି ସୂଚନା ଦେଇଛନ୍ତି ଟିଏମ୍‌ସି ସୁପ୍ରିମୋ। ୨୪ ଘଣ୍ଟା ପାଇଁ ଇସି ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇବାର ଘଣ୍ଟାକ ମଧ୍ୟରେ ଟୁଇଟ୍‌ କରି ତୃଣମୂଳ କଂଗ୍ରେସ ମୁଖ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ରାଲିରେ ମୁସଲମାନ ସମ୍ପଦାୟର ମତଦାତାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ଓ ମହିଳା ଭୋଟରଙ୍କୁ କେନ୍ଦ୍ର ସୁରକ୍ଷା ବଳର କର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଉସୁକାଇବା ପାଇଁ ମମତାଙ୍କୁ ଇସି ପକ୍ଷରୁ ଜାରି କରାଯାଇଥିଲା କାରଣ ଦର୍ଶାଅ ନୋଟିସ । ଏହି ଦୁଇଟି ଘଟଣା ପାଇଁ ଇସି ମମତାଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି।

Share