Categories: ଜାତୀୟ

ମର୍ମନ୍ତୁଦ ଦୁର୍ଘଟଣା: ୩ ମହିଳାଙ୍କ ସମେତ ୬ ମୃତ

ଚଣ୍ଡିଗଡ,୮।୧: ସୋମବାର ହରିୟାଣାର ସିରସା ଶେରଗଡ ଗ୍ରାମ ନିକଟରେ ଏକ ଅନିୟନ୍ତ୍ରିତ ଡିଜାୟର କାର୍‌ ଗଛ ସହିତ ଧକ୍କା ହୋଇଛି। ଏଥିରେ ତିନିଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡିଜାୟର କାର୍‌ଟି ଖଣ୍ଡ ଖଣ୍ଡ ହୋଇଯାଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ ଯିବା ବାଟରେ ଜଣଙ୍କର ମୃତ୍ୟୁ ହୋଇଛି।

Share