ନୟାଗଡ଼,୩୦ା୭ (ଲୋକନାଥ ମିଶ୍ର)ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ (ଓଏସ୍ଡବ୍ଲ୍ୟୁସି)ର ଚାଉଳ ଗୋଦାମକୁ ନୟାଗଡ଼ ଜିଲାର କେତେଜଣ ମିଲର ଅଧିକାଂଶ ସମୟରେ ଖରାପ ଚାଉଳ ଯୋଗାଣ କରୁଥିଲେ ମଧ୍ୟ ରିଜେକ୍ସନ ନୋଟ୍ କଟା ଯାଉ ନାହିଁ । ମିଲରକୁ ଅନୁକମ୍ପା ଦେଖାଯାଇ ବିଭିନ୍ନ ସମୟରେ ଚାଉଳ ଫେରାଯାଉଥିବା ନଜିର ରହିଛି। ଗତ ୨୫ ତାରିଖରେ କାନକଟା ଗୋଦାମରୁ ଜୟ ମହାବୀର ଫୁଡ୍ ପ୍ରଡକ୍ଟସ ପଙ୍କାଳସାହି ଦଶପଲ୍ଲା ମିଲରଙ୍କର ୬ ଲଟ୍ ଚାଉଳ ଫେରିଛି । ଚାଉଳ ଗୋଦାମରୁ ବାରମ୍ବାର ନିମ୍ନମାନର ଚାଉଳ ଯୋଗାଣ ସତ୍ତ୍ୱେ ମିଲରଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉନାହିଁ ା ଫଳରେ ଏଭଳି ଘଟଣା ବଢ଼ି ଚାଲିଛି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲାରେ ଗୋଟିଏ ଚାଉଳ ଗୋଦାମ ଓ ୨ଟି ଚାଉଳ ସଂଗ୍ରହ କେନ୍ଦ୍ର ରହିଛି । ଗୋତିସାହି ଓ କଦଳୀବନ୍ଧଠାରେ ରାଜ୍ୟ ଚାଉଳ ସଂଗ୍ରହ କେନ୍ଦ୍ର ରହିଥିବାବେଳେ କାନକଟାଠାରେ ଚାଉଳ ଗୋଦାମ ରହିଛି । ଚାଉଳ ଗୋଦାମ ହେଉ କି ଚାଉଳ ସଂଗ୍ରହ କେନ୍ଦ୍ର ହେଉ ପ୍ରତିଟି ସ୍ଥାନକୁ କେତେଜଣ ମିଲର ନିମ୍ନମାନର ଚାଉଳ ଯୋଗାଣ କରୁଥିବା ଅଭିଯୋଗ ହୋଇ ଆସୁଛି । ବେଳେ ବେଳେ ଅଭିଯୋଗ ବାହାରକୁ ଆସୁଛି । ଆଉ ଆପୋସ ସମାଧାନ ମାଧ୍ୟମରେ ନେଣଦେଣ କାରବାରରେ ନିମ୍ନମାନର ଚାଉଳ ଯୋଗାଣ ପ୍ରସଙ୍ଗ ଲୁଚି ଯାଉଛି । ଗୋତିସାହି ଓ କଦଳୀବନ୍ଧଠାରେ ଦୁଇ ଜଣ ପ୍ରୋକରମେଣ୍ଟ ଇନ୍ସପେକ୍ଟର ଚାଉଳ ସଂଗ୍ରହ କେନ୍ଦ୍ରର ଦାୟିତ୍ୱରେ ଅଛନ୍ତି । କାନକଟା ଚାଉଳ ଗୋଦାମରେ ଜଣେ ସୁପରିଟେଣ୍ଡେଣ୍ଟ ଅନୁରୂପ ଭାବେ ଦାୟିତ୍ୱରେ ଅଛନ୍ତି । ନିକଟରେ କାନକଟା ଚାଉଳ ଗୋଦାମର ସୁପରିଟେଣ୍ଡେଣ୍ଟ ସୁରଜିତ ମହାନ୍ତିଙ୍କ ବଦଳି ହୋଇଛି । ସେ ରିଲିଫ ହେବା ପୂର୍ବରୁ ୨ ଲଟ୍ ଚାଉଳ ନିମ୍ନମାନର ଦର୍ଶାଯାଇ ଗୋଦାମରେ ବାହାରେ ରଖା ଯାଇଥିଲା । କାନକଟା ଚାଉଳ ଗୋଦାମରେ ନୂଆ ସୁପରିଟେଣ୍ଡେଣ୍ଟ ଭାବେ ରାମଚନ୍ଦ୍ର ବେହେରା ଯୋଗ ଦେବା ପରେ ତାଙ୍କ ସମୟରେ ୪ ଲଟ୍ ଚାଉଳ ଗୋଦାମ ବାହାରେ ଥିଲା । ଦୁଇ ସୁପରିଟେଣ୍ଡେଣ୍ଟଙ୍କ ସମୟରେ ୬ ଲଟ୍ ଚାଉଳ ଯାହାକି ପ୍ରାୟ ୧୮୦୦ କୁଇଣ୍ଟାଲ ହେବ ଫେରିଛି । ଏହି ଚାଉଳ ଜୟ ମହାବୀର ଫୁଡ୍ ପ୍ରଡକ୍ଟସ ପଙ୍କାଳସାହି ଦଶପଲ୍ଲା ମିଲର ଗତ ୨୫ ତାରିଖରେ ଫେରାଇ ନେଇଛନ୍ତି । ପ୍ରଶ୍ନ ଉଠୁଛି ନୟାଗଡ଼ ଜିଲାର ମିଲର ମାନେ ଧାନମଣ୍ଡିରୁ ଚାଷୀଙ୍କଠାରୁ ଉକ୍ୃଷ୍ଟ ମାନର ଧାନ କିଶୁଛନ୍ତି । ଧାନରେ ମାନ ଖରାପ ଦର୍ଶାଇ କଟ୍ନୀଛଟ୍ନୀ କରି ପୁଣି ୧୦ରୁ ୧୫ କେଜି କୁଇଣ୍ଟାଲ ପିଛା କାଟୁଛନ୍ତି । ତେବେ ସରକାରଙ୍କୁ ଚାଉଳ ଫେରାଇ ବେଳେ ନିମ୍ନମାନର ଚାଉଳ ଫେରାଉଛନ୍ତି । ମାନ ପରୀକ୍ଷଣ ପରେ ଯଦି ଏଭଳି ଘଟଣା ନଜରକୁ ଆସୁଛି ତେବେ ସେମାନଙ୍କ ଚାଉଳ ଫେରାଇବା ସମୟରେ ରିଜେକ୍ସନ ନୋଟ କଟା ଯାଉନି କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ରିଜେକ୍ସନ ନୋଟ କଟାଗଲେ ମିଲରମାନେ ନିମ୍ନମାନର ଚାଉଳ ଦେବାକୁ ଭୟ କରନ୍ତେ । ତେବେ ଏଭଳି ପଦକ୍ଷେପ ଚାଉଳ ଗୋଦାମ ସୁପରିଟେଣ୍ଡଣ୍ଟ ଓ ଚାଉଳ ସଂଗ୍ରହ କେନ୍ଦ୍ରର ପ୍ରେକରମେଣ୍ଟ ଇନ୍ସପେକ୍ଟର ଜିଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇ ନେଉଥିଲେ ଗୋଦାମକୁ ଆଉ ନିମ୍ନମାନର ଚାଉଳ ଯୋଗାଣ ହେଉ ନଥାନ୍ତା । ଏଭଳି ଭୟ ନଥିବାରୁ ବିଭିନ୍ନ ସମୟରେ ଏଭଳି ଘଟଣା ନଜରକୁ ଆସୁଛି। ଗତ ମାର୍ଚ୍ଚ ମାସରେ ଏହି ଗୋଦାମରେ ୫୮୦ କୁଇଣ୍ଟାଲ ଚାଉଳ ପଡି ରହିଥିଲା । ଜୟ ମହାବୀର ଫୁଡ ପ୍ରଡକ୍ଟସ ପଙ୍କାଳସାହି ଦଶପଲ୍ଲାର ମିଲର ଏହି ଚାଉଳ ଦେଇଥିଲେ। ଏହି ଘଟଣାକୁ ନେଇ ତତ୍କାଳୀନ ସୁପରିଟେଣ୍ଡେଣ୍ଟ ସୁରଜିତ ମହାନ୍ତିଙ୍କୁ ମାରପିଟ୍ କରାଯାଇଥିଲା । ଏନେଇ ଶରଣକୁଳ ଥାନାରେ ମାମଲା ହୋଇଥିଲା । ପରେ ଏହାକୁ ସମାଧାନ କରାଯାଇଥିଲା । ସେହି ମିଲର ପୁଣି ଥରେ ୬ ଲଟ ନିମ୍ନମାନର ଚାଉଳ ଗୋଦାମକୁ ଆଣି ପୁଣି ଫେରାଇ ନେବା ପରେ ଯୋଗାଣ ବିଭାଗର କାର୍ଯ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଘଟଣା ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ତିଳୋତ୍ତମା ପ୍ରଧାନଙ୍କ ୮୨୮୦୦୦୦୫୨୫ ନମ୍ବର ଫୋନକୁ ଯୋଗାଯୋଗ କରାଯାଇଥିଲା। ହେଲେ ତାଙ୍କ ଫୋନ ନଟ ରିଚେବୁଲ ରହିଥିଲା । କାନକଟା ଚାଉଳ ଗୋଦାମର ସୁପରିଟେଣ୍ଡେଣ୍ଟ ରମେଶ ଚନ୍ଦ୍ର ବେହେରାଙ୍କ ୯୪୩୭୩୩୮୪୦୦ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।
Posted inHome, Home Left, ଆମ ଜିଲା ଖବର, ନୟାଗଡ଼ View All

ଛେଳି ଚୋରି ଅଭିଯୋଗରେ ୪ ଗିରଫ କରି କୋର୍ଟ ଚାଲାଣ କଲା ବିଜେପୁର ପୋଲିସ
ଲାଞ୍ଜିଗଡ,୧୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ସିନ୍ଧିଭଟା ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି...

ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ
ଲାଞ୍ଜିଗଡ,୧୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବେନଗାଁ, ଲାଞ୍ଜିଗଡ ରୋଡ୍, ମଧୁପୁର ପିଏଚ୍ସିଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା...

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ
ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ): ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ
ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଦଳ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ: ମା’ କୋଳକୁ ଫେରିଲା ହଜିଲା ପୁଅ, କୋଳେଇନେଇ…
ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ
ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ
ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

The Bird Suicide Valley: ଦୁଷ୍ଟ ଆତ୍ମା ନା ଅନ୍ୟକିଛି, ଏଇ ଗାଁରେ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା
ଆସାମର ଜାଟିଙ୍ଗା ନାମକ ଏକ ଛୋଟ ଗାଁରେ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏକ ଅଜଣା ଘଟଣା ଘଟିଥାଏ। ଏହି ସମୟରେ ବିଭିନ୍ନ ପ୍ରଜାତିର...