ସହରସାରା ଅଘୋଷିତ ବଜାର

ଭୁବନେଶ୍ୱର, ୮।୬(ବନ୍ଦନା ସେଠୀ): ରାଜଧାନୀ ସାରା ଜବରଦଖଲ ମାଡିଗଲାଣି। ସ୍ମାର୍ଟ ସିଟି ଭୁବନେଶ୍ୱର ଦିନକୁ ଦିନ ଅବ୍ୟବସ୍ଥିତ ହୋଇପଡିଲାଣି। ସହରର ବିଭିନ୍ନ ପ୍ରମୁଖ ଛକ, ରାସ୍ତାକଡ଼, ଫୁଟ୍‌ପାଥ, ସାଇକେଲ୍‌ଟ୍ରାକ୍‌ ସବୁଠି ଏବେ ଅଘୋଷିତ ବଜାର ସୃଷ୍ଟି ହୋଇ ସାରିଲାଣି। ଫଳରେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେବା ସହିତ ସହର ବିକୃତ ହେବାରେ ଲାଗିଛି। ଦିନକୁ ଦିନ ଏହି ସଂଖ୍ୟା ବଢି ଚାଲିଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଚୁପ୍‌ ବସିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଏମ୍‌ସି ପକ୍ଷରୁ ଭେଣ୍ଡିଂଜୋନ୍‌ କରାଯାଇ ଉଠାଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ କେଉଁଠି ସ୍ଥାନ ଅଭାବରୁ ଭେଣ୍ଡିଂଜୋନ୍‌ ହୋଇ ପାରୁ ନ ଥିବାବେଳେ, ଆଉ କେଉଁଠି ଭେଣ୍ଡିଂଜୋନ୍‌ ନିର୍ମାଣ ହୋଇଥିଲେ ମଧ୍ୟ ତାଲା ପଡିରହିଛି। ସହରରେ ମୋଟ୍‌ ୩୨ହଜାର ଉଠାଦୋକାନୀ ଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨ହଜାର ଦୋକାନୀଙ୍କୁ ଥଇଥାନ କରାଯାଇଛି। ବାକି ୩୦ହଜାର ଉଠାଦୋକାନୀ ନିଜର ଗୁଜୁରାଣ ମେଣ୍ଟାଇବାକୁ ଯେଉଁଠି ପାରୁଛନ୍ତି ସେଠି ନିଜର ପସରା ମେଲାଉଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବିଜେବି କଲେଜ ସମ୍ମୁଖ ଫୁଟ୍‌ପାଥ୍‌। କଲେଜ ଓ ସମ୍ମୁଖରେ କୋର୍ଟ ଥିବାରୁ ସହରର ବ୍ୟସ୍ତବହୁଳ ଅଞ୍ଚଳ ଭାବେ ଏହା ପରିଚିତ। ତେଣୁ ଏଠାରେ ସାଧାରଣତଃ ଟ୍ରାଫିକ୍‌ ଜାମ୍‌ ରହିଥାଏ। ଏବେ ଫୁଟ୍‌ପାଥ୍‌ରେ ଫଳ ବଜାର ଗଢ଼ି ଉଠିଥିବାରୁ ଏହି ସମସ୍ୟା ଆହୁରି ଜଟିଳ ହୋଇପଡୁଥିବା ଦେଖିବାକୁ ମିଳୁଛି। ୨/୩ବର୍ଷ ତଳେ ଏଠାରେ ଗୋଟିଏ ଫଳ ଦୋକାନ ଖୋଲିଥିଲା। ତାହାର କିଛିଦିନ ପରେ ଆଉ ୨/୩ଟି ଦୋକାନ ଖୋଲିଲା। ଏବେ ସେଠାରେ ୮୩ଜଣ ଦୋକାନୀ ପସରା ମେଲାଇ ବେପାର କରୁଛନ୍ତି। ବିଜେବି କଲେଜ ଫାଟକଠାରୁ ଭିଜିଲାନ୍ସ କାର୍ଯ୍ୟାଳୟ ଯାଏ ଅଘୋଷିତ ବଜାର ସୃଷ୍ଟି ହୋଇଛି। ସମାନ ସ୍ଥିତି ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ରାସ୍ତାରେ ମଧ୍ୟ ଦେଖାଯାଉଛି। ପୂର୍ବରୁ କୌଣସି ମେଳା, ପ୍ରଦର୍ଶନୀ ପଡିଲେ ବାହାରେ ବିଭିନ୍ନ ସାମଗ୍ରୀର ପସରା ମେଲିଥାଏ। ମାତ୍ର ଏବେ ବର୍ଷ ତମାମ ଫଳଠାରୁ ଆରମ୍ଭ କରି ଡ୍ରେସ୍‌ ଏବଂ ଗୃହସଜ୍ଜା ସାମଗ୍ରୀ ଦୋକାନ ଖୋଲୁଛି। ଗୋଟିଏ ଦୁଇଟି ଦୋକାନରୁ ଆରମ୍ଭ ହୋଇ ଏବେ ସେଠାରେ ପ୍ରାୟ ୭୦ଜଣ ଦୋକାନୀ ବ୍ୟବସାୟ କରୁଛନ୍ତି। ସେହିପରି ସତ୍ୟନଗରସ୍ଥିତ ବ୍ଲାଇଣ୍ଡ୍‌ ଆସୋସିଏଶନ ସମ୍ମୁଖରେ ୫୫ଜଣ ଉଠାଦୋକାନୀ ବ୍ୟବସାୟ କରୁଥିବାବେଳେ, ଚନ୍ଦ୍ରଶେଖରପୁରସ୍ଥିତ ଓମ୍‌ଫେଡ୍‌ ଓ ରେଳ ଭବନ ସମ୍ମୁଖରେ ୧୦୮ଜଣ, ନୂଆ ଏୟାରପୋର୍ଟ ପଛ ରାସ୍ତାରେ ୯୨ଜଣ, କିମ୍ସ ହସ୍ପିଟାଲ ସମ୍ମୁଖ ରାସ୍ତାରେ ୮୫ଜଣ, ସମ୍‌ ହସ୍ପିଟାଲ ପାଖରେ ୭୦-୮୦ଜଣ, ଏମ୍ସ ହସ୍ପିଟାଲ ରାସ୍ତା ପାର୍ଶ୍ୱରେ ୧୫୦ଜଣ ଉଠାଦୋକାନୀ ବେପାର କରୁଥିବା ଦେଖିବାକୁ ମିଳୁଛି। ସେହିପରି ସତ୍‌ସଙ୍ଗ ବିହାର ନିକଟ ଶ୍ୟାମାପ୍ରସାଦ ପାର୍କ ପାର୍ଶ୍ୱରେ ଗୋଟିଏ ଦୁଇଟି ଦୋକାନରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ଲମ୍ବା ଧାଡ଼ିରେ ଚାଲିଛି। ଅଭିଯୋଗ ହେଲେ ବିଏମ୍‌ସିର ଏନ୍‌ଫୋସର୍ମମେଣ୍ଟ ଟିମ୍‌ ମଝିରେ ମଝିରେ ଆସି ଦୋକାନୀଙ୍କୁ ଉଠାଇ ଦେଉଛନ୍ତି। ମାତ୍ର ଦିନେ ଦୁଇଦିନ ପରେ ଯଥା ପୂର୍ବଂ ତଥା ପର ସ୍ଥିତି ସୃଷ୍ଟି ହେଉଛି। ସହରର ମୁଖ୍ୟ ରାସ୍ତାଘାଟ, ସାଇକେଲ୍‌ ଟ୍ରାକ୍‌, ଫୁଟ୍‌ପାଥ୍‌ ଆଦି ସ୍ଥାନଗୁଡିକରେ ଜବରଦଖଲ ହେବାକୁ ଦିଆଯିବ ନାହିଁ ବୋଲି ବିଏମ୍‌ସି ବାରମ୍ବାର ଘୋଷଣା କରିଛି। ମାତ୍ର ଉଠାଦୋକାନୀଙ୍କୁ ଥଇଥାନ କରିବାରେ ବିଏମ୍‌ସି ବିଫଳ ହେଉଥିବାରୁ ସବୁ ଦେଖି ମଧ୍ୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା କୁହାଯାଉଛି। ଫଳରେ ଲୋକଙ୍କ ପାଇଁ ତିଆରି ହୋଇଥିବା ଚଲାପଥ ଏବଂ ସାଇକେଲ୍‌ ଟ୍ରାକ୍‌ ଏବେ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି।
ଅପରପକ୍ଷେ ବିଏମ୍‌ସି ଉଠାଦୋକାନୀମାନଙ୍କୁ ବ୍ୟବସ୍ଥିତ କରୁ ନ ଥିବାରୁ ବାଧ୍ୟହୋଇ ସେମାନେ ରାଜରାସ୍ତାରେ ବେପାର କରୁଥିବା ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁ କହିଛନ୍ତି। ବର୍ଷବର୍ଷ ଧରି ଉଠାଦୋକାନୀମାନେ ରାସ୍ତାକଡ଼ରେ ବ୍ୟବସାୟ କରୁଛନ୍ତି। ବିଏମ୍‌ସି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରିପାରୁ ନାହିଁ। ମାତ୍ର ଯେତେବେଳେ ଇଚ୍ଛା ସେତେବେଳେ ସେମାନଙ୍କୁ ଉଚ୍ଛେଦ କରୁଛି। ଏହାଦ୍ୱାରା ସେମାନେ ନିଜ ଗୁଜୁରାଣ ମେଣ୍ଟାଇବାକୁ ସମର୍ଥ ହେଉନାହାନ୍ତି। ତେଣୁ ଗୋଟିଏ ଯାଗାରୁ ଉଚ୍ଛେଦ ହେବା ପରେ ସେମାନେ ଅନ୍ୟ କେଉଁଠି ଖାଲି ସ୍ଥାନ ଦେଖି ବ୍ୟବସାୟ କରୁଛନ୍ତି। ଯେ ପର୍ଯ୍ୟନ୍ତ ବିଏମ୍‌ସି ସେମାନଙ୍କୁ ଥଇଥାନ ନ କରିଛି, ସେମାନେ ଏହିଭଳି ବ୍ୟବସାୟ କରିବାକୁ ବାଧ୍ୟ ହେବେ ବୋଲି ପ୍ରତାପ କହିଛନ୍ତି।
ଏନେଇ ବିଏମ୍‌ସିର ଭେଣ୍ଡିଂଜୋନ୍‌ ଆଣ୍ଡ୍‌ କିଓସ୍କ ଦାୟିତ୍ୱରେ ଥିବା ଡେପୁଟି କମିଶନର ଅଜୟ କୁମାର ମହାନ୍ତି କହିଛନ୍ତି, ଉଠାଦୋକାନୀମାନଙ୍କୁ ପର୍ଯ୍ୟାୟକ୍ରମେ ଥଇଥାନ କରାଯିବ। ଯଦିଓ ଏକ୍‌ଜାକ୍ଟ ଫିଗର ନାହିଁ, ତଥାପି ପ୍ରାୟ ୩ଶହ ଦୋକାନୀଙ୍କୁ ଥଇଥାନ କରାଯିବ। ନିର୍ବାଚନ ସରିଲା, ଖୁବ୍‌ଶୀଘ୍ର କମିଟି ଫର୍ମେଶନ ହେବାପରେ କେଉଁ ଯାଗାରେ କାହାକୁ ଥଇଥାନ କରାଯିବ ଦେଖିବୁ।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri