Categories: ଖେଳ

୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ: ବାଂଲାଦେଶ-ୟୁଏଇ ଫାଇନାଲ

ଦୁବାଇ, ୧୭ା୧୨: ଏସିସି ୧୯ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ବାଂଲାଦେଶ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ହେବ। ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଅରିଫୁଲ୍‌ ଇସ୍‌ଲାମଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ପରେ ବାମହାତୀ ପେସ୍‌ ବୋଲର ମାରୁଫ ମ୍ରିଧାଙ୍କ ଚମତ୍କାର ବୋଲିଂ ଯୋଗୁ ବାଂଲାଦେଶ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୨.୪ ଓଭରରେ ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଦୁଇ ଖେଳାଳି ମୁଶିର ଖାନ୍‌ (୫୦) ଓ ମୁରୁଗାନ ଅଭିଷେକ(୬୨) ଅର୍ଦ୍ଧଶତକ ହାସଲ କରିଥିଲେ। ମାରୁଫ ୪୧ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରି ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଜବାବରେ ବାଂଲାଦେଶ ଇନିଂସରେ ମଧ୍ୟ ଅସ୍ଥିରତା ଦେଖା ଦେଇଥିଲା। ତେବେ ଦଳ ୪୨.୫ ଓଭରରେ ୬ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ଇସ୍‌ଲାମ ୯୦ ବଲରୁ ୯୪ରନର ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ।

ପାକିସ୍ତାନ ପରାସ୍ତ
ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ୟୁଏଇ ୧୧ ରନରେ ଚମକପ୍ରଦ ବିଜୟ ହାସଲ କରିଛି। ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ୧୯୩ ରନରେ ଅଲଆଉଟ ହୋଇଯାଇଥିଲା। ଅଧିନାୟକ ଆୟାନ ଖାନ୍‌ ୫୫ରନ (୫୭ବଲ୍‌) ଏବଂ ଓପନର ଆର୍ଯ୍ୟାଂଶ ଶର୍ମା ୪୬ (୭୦ବଲ୍‌) ରନ କରିଥିଲେ। ୟୁଏଇ ୩ ବଲ୍‌ ବାକିଥାଇ ପାକିସ୍ତାନକୁ ୧୮୨ରନରେ ଅଲଆଉଟ କରିଦେଇଥିଲା।

Share