Categories: ଖେଳ

୧୯ ବର୍ଷରୁ କମ୍‌ ସାଫ୍‌: ସେମିରେ ଭାରତ

କାଠମାଣ୍ଡୁ,୨୬ା୯ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ସାଫ୍‌ ଚାମ୍ପିୟନଶିପର ସେମି ଫାଇନାଲରେ ପ୍ରବେଶ କରିଛି ଭାରତ। ସୋମବାର ଭୁଟାନକୁ ୨-୧ରେ ହରାଇବା ସହିତ ଗ୍ରୁପ୍‌ ଚାମ୍ପିୟନ ଭାବରେ ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି ଭାରତ। ଭାରତ ପକ୍ଷରୁ ଜି. ଗୋୟାରି ଓ ରିକି ମେଇତେଇ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୩-୦ରେ ହରାଇଥିଲା। ଏହି ମ୍ୟାଚ୍‌ ଡ୍ର ରଖିଲେ ଭାରତ ସେମିକୁ ଉନ୍ନୀତ ହୋଇଥାନ୍ତା। ଭୁଟାନ୍‌ ପକ୍ଷରୁ ୨୦ ତମ ମିନିଟରେ ଜିଗ୍‌ମେ ନାମଗ୍ୟେଲ ଗୋଲ୍‌ ଦେଇ ଦଳକୁ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ମ୍ୟାଚ୍‌ ୧-୧ ସ୍ଥିତିରେ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ମେଇତେଇଙ୍କ ଗୋଲରେ ଭାରତ ବିଜୟୀ ହୋଇଥିଲା।ବୁଧବାର ନେପାଳ ବିପକ୍ଷରେ ଭାରତ ଏହାର ସେମି ଫାଇନାଲ ମ୍ୟାଚ୍‌ ଖେଳିବ।

Share