Posted inଜାତୀୟ

୩ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୫ ହଜାରରୁ କମ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ଶହ ତଳେ ରହିଛି। ଗତ ୨୪ ଘଣ୍ଟାରେ ଏହା ୨୨୪ ଛୁଇଁଛି। ଗୋଟିଏ ଦିନତଳେ ଏହା ୩୧୦ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ଥିଲା। ଏହି ସମୟରେ ସକ୍ରିୟ ମାମଲା ୪ ହଜାର ୫୦୩ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪ ହଜାର ୭୦୯ ଥିଲା। ସେହିପରି ୨୪ ଘଣ୍ଟାରେ ୪୨୯ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୫୭୧ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୮୬୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୯ ଲକ୍ଷ ୯୦ ହଜାର ୨୭୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୪ ଲକ୍ଷ ୫୩ ହଜାର ୯୦୮ ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୮ ପ୍ରତିଶତରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ: ଉପସ୍ଥିତ ରହିଲେ ପୁଅ, ଝିଅ

ନୂଆଦିଲ୍ଲୀ,୨୮।୧୧: କେରଳର ଓ୍ବାୟନାଡ୍‌ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ସଂସଦରେ ଲୋକ ସଭା ସଦସ୍ୟା ଭାବେ ଶପଥ...

ବଳ ଗୋଟାଉଛି ବାତ୍ୟା: ରେଡ୍‌ ଆାଲର୍ଟ ଜାରି, ଏହିସବୁ ଜିଲାରେ ଭୀଷଣ ବର୍ଷା

ନୂଆଦିଲ୍ଲୀ,୨୮।୧୧:ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ମୁହାଁ ଗଭୀର ଅବପାତ। ଆଜି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟାରେ ପରିଣତ ହେବା ପରେ...

ସରକାର ନ ହେଉଣୁ ସୋରେନ-ରାହୁଲଙ୍କ ମଧ୍ୟରେ ଫାଟ, କ୍ୟାବିନେଟରେ ମିଳିବନି ସ୍ଥାନ!

ରାଞ୍ଚି,୨୮।୧୧: ଝାଡଖଣ୍ଡରେ ଆଜି ଶପଥ ନେବେ ହେମନ୍ତ ସୋରେନ। ଏନେଇ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଏବେ ତାଙ୍କ...

କୁନୋ ଜାତୀୟ ପାର୍କରେ ପୁଣି ଆଖିବୁଜିଲେ ୨ ଚିତା

ଭୋପାଳ,୨୮।୧୧: ମଧ୍ୟପ୍ରଦେଶର ଶୋପୁର ଜିଲାର କୁନୋ ଜାତୀୟ ପାର୍କରେ ଆଫ୍ରିକୀୟ ଚିତା ନିର୍ବାର ୨ ଶାବକଙ୍କ ମୃତଦେହ ମିଳିଛି। ଉଭୟ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା।...

ଶିନ୍ଦେଙ୍କ ଚକ୍ରବ୍ୟୁହରେ ଫସିଗଲେ ଅଜିତ ପାଓ୍ବାର, ଏବେ କରିବେ କ’ଣ…

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦବୀ ଦୌଡ଼ରୁ ନିଜକୁ ଦୂରେଇ ରଖି ଭାଜପା ପାଇଁ ରାସ୍ତା ସଫା କରିଛନ୍ତି। ସେ ଭାଜପାକୁ ତାଙ୍କ ବଡ଼...

ପ୍ରତି ୫ରେ ଜଣେ ନାବାଳିକା ବାଲ୍ୟବିବାହର ଶିକାର

ନୂଆଦିଲ୍ଲୀ,୨୮ା୧୧: ଗତ ବର୍ଷକ ମଧ୍ୟରେ ଦେଶରେ ପ୍ରାୟ ୨ ଲକ୍ଷ ବାଲ୍ୟବିବାହକୁ ରୋକାଯାଇଛି। ଏହାସତ୍ତ୍ୱେ ପ୍ରତି ୫ ଜଣରେ ଜଣେ ଝିଅ ବିବାହ ବୟସ ୧୮...

ପ୍ରେମିକାଙ୍କୁ ହତ୍ୟା କରି ୫୦ ଖଣ୍ଡ କଲେ ପ୍ରେମିକ: ଭୁଲ୍‌ ଥିଲା ଏମିତି…

ରାଞ୍ଚତ୍, ୨୮।୧୧ (ପି.ଟି.):ଝାଡ଼ଖଣ୍ଡ ଖୁଣ୍ଟି ଜିଲାର ଉପାନ୍ତ ଅଞ୍ଚଳରୁ ବୁଧବାର ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍‌ନାକୁ ଆସିଛି। କଂସେଇ ଭାବେ କାର୍ଯ୍ୟ କରୁଥିବା ନରେଶ ଭେଙ୍ଗରା...

ଆଜି ଶପଥ ନେବେ ହେମନ୍ତ ସୋରେନ୍‌: ସୁରକ୍ଷା କଡ଼ାକଡ଼ି

ରାଞ୍ଚତ୍, ୨୮ା୧୧:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଗୁରୁବାର ରାଜ୍ୟର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ବୁଧବାର ରାଞ୍ଚତ୍ସ୍ଥିତ ମୋରହାବାଦି ମୈଦାନରେ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri