ଦୈନିକ ସଂକ୍ରମଣ ୩୦ ହଜାର ତଳେ…

ନୂଆଦିଲ୍ଲୀ,୨୧।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବେ ୩୦ ହଜାର ତଳେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ଏହି ସମୟ ମଧ୍ୟରେ କରୋନାରେ ୨୫୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୧୧୫ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି ସମୟ ମଧ୍ୟରେ ୩୪ ହଜାର ୪୬୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୭୨ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୯ ହଜାର ୫୭୫ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୫ ପ୍ରତିଶତରେ ପହଞ୍ଚିଛି।

ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୫ ହଜାର ୩୮୫ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୮୧ କୋଟି ୮୫ ଲକ୍ଷ ୧୩ ହଜାର ୮୨୭ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୯୬ ଲକ୍ଷ ୪୬ ହଜାର ୭୭୮ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୫ କୋଟି ୫୦ ଲକ୍ଷ ୩୫ ହଜାର ୭୧୭ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୪ ଲକ୍ଷ ୧୩ ହଜାର ୯୫୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୭ ଲକ୍ଷ ୪୯ ହଜାର ୫୭୪ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୫ ଲକ୍ଷ ୪ ହଜାର ୫୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଜମା ହେବାକୂଥିବା ଭିଡ଼କୁ ନେଇ ସରକାରଙ୍କ ଭୟ ବଢ଼ିବାରେ ଲାଗିଛି।

କେରଳ କେରଳ ହଟ୍‌ସ୍ପଟ୍‌ ପାଲଟିବା ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୬୯୨ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୯୨ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

CWC ବୈଠକରେ ପହଞ୍ଚିଲେ ନାହିଁ ସୋନିଆ-ପ୍ରିୟଙ୍କା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୬।୧୨: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କର୍ନାଟକର ବେଲାଗାଭିରେ ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ଯୋଗ ଦେଇନଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ...

ପତ୍ନୀଙ୍କ ଦେଖାଶୁଣା ପାଇଁ ନେଇଥିଲେ ଭିଆର୍‌ଏସ୍‌, ହେଲେ ଅବସର ଦିନ ଚାଲିଗଲେ ସେ; ଭାବବିହ୍ବଳ କରୁଛି Video

କୋଟା,୨୬।୧୨: କଥାରେ ଅଛି ଦୁଇ ଘଡ଼ିର ଜୀବନ। ମନୁଷ୍ୟ ଭବିଷ୍ୟତକୁ ନେଇ ଅନେକେ ଯୋଜନା କରିଥାଏ ସତ। ହେଲେ ସେସବୁ ପୂରଣ ହେବ କି ନା...

ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଦେଇଛନ୍ତି ଭୋଟ…ଲୋକ ସଭା ନିର୍ବାଚନର ସମ୍ପୂର୍ଣ୍ଣ ଡାଟା ଶେୟାର କଲେ ଇସି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ସମ୍ପର୍କରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ତଥ୍ୟ...

ଏକଲବ୍ୟଙ୍କ ପରି ଯୁବବର୍ଗଙ୍କ ଆଙ୍ଗୁଠି କାଟି ଦିଆଯାଉଛି: BPSC ପେପର ଲିକକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୧୨: ଡିସେମ୍ବର ୧୩ରେ ବିହାର ଲୋକସେବା ଆୟୋଗ (ବିପିଏସସି) ଦ୍ୱାରା କରାଯାଇଥିବା ମିଳିତ ପ୍ରାଥମିକ ପରୀକ୍ଷା ବାତିଲ କରିବାକୁ ଦାବି କରିଥିବା ପ୍ରଦର୍ଶନକାରୀଙ୍କ ଉପରେ ଲାଟିଚାର୍ଜ...

ପାଣି ଉପରେ କବ୍‌ଜା କରିବ ଚାଇନା! ତିବ୍ବତରେ ନିର୍ମାଣ କରିବ ବିଶ୍ୱର ସର୍ବବୃହତ୍ତ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଚାଇନା ବିଶ୍ୱର ବୃହତ୍ତମ ଜଳ ବିଦ୍ୟୁତ ବନ୍ଧ ବା ହାଇଡ୍ରୋପାଓ୍ବାର ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ବନ୍ଧଟି ତିବ୍ଦତୀୟ ମାଳଭୂମିର ପୂର୍ବ ଭାଗରେ ନିର୍ମାଣ...

ଭାରତର ଶତ୍ରୁ ମାସୁଦ ଅଜହରଙ୍କୁ ହାର୍ଟ ଆଟାକ୍‌, ଜାଣନ୍ତୁ କେଉଁଠି ଥିଲେ ସେ, ଏବେ କେଉଁଠି ହୋଇଛନ୍ତି ଭର୍ତ୍ତି?

ଭାରତର ଶତ୍ରୁ ମାସୁଦ ଅଜହରଙ୍କୁ ହାର୍ଟ ଆଟାକ୍‌, ଜାଣନ୍ତୁ କେଉଁଠି ଥିଲେ ସେ, ଏବେ କେଉଁଠି ହୋଇଛନ୍ତି ଭର୍ତ୍ତି? ନୂଆଦିଲ୍ଲୀ,୨୬।୧୨: ଭାରତର ଶତ୍ରୁ ମାସୁଦ ଅଜହରଙ୍କ...

ଇଣ୍ଡିଆ ମେଣ୍ଟରୁ କଂଗ୍ରେସ ହେବ ଆଉଟ୍‌! ଜାଣନ୍ତୁ ଦିଦିଙ୍କ ସ୍କ୍ରିପ୍ଟରେ କେଜରିଓ୍ବାଲଙ୍କ କ୍ଲାଇମେକ୍ସ

ନୂଆଦିଲ୍ଲୀ,୨୬।୧୨: ‘ଇଣ୍ଡିଆ’ ମିଳିତ ମଞ୍ଚରେ କାହାର ରହିବ ଦବ୍‌ଦବା ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପାଲଟିଛି। ଇଣ୍ଡିଆର ସହଯୋଗୀ ଦଳ କଂଗ୍ରେସର ନେତୃତ୍ୱକୁ ପସନ୍ଦ କରୁନାହାଁନ୍ତି।...

କଂଗ୍ରେସ ପୋଷ୍ଟରରେ ଭାରତ ମ୍ୟାପ୍‌ର ଅଧା, ଭାଜପା କହିଲା ଏହା ନୂଆ ମୁସ୍‌ଲିମ୍‌…

ନୂଆଦିଲ୍ଲୀ,୨୬ା୧୨: କଂଗ୍ରେସର ବେଲଗାଭି ଅଧିବେଶନରେ ପୋଷ୍ଟରରେ ପ୍ରଦର୍ଶିତ ହୋଇଥିବା ଭାରତର ମାନଚିତ୍ରକୁ ନେଇ ସାରା ଦେଶରେ ରାଜନୀତି ଉଷ୍ଣ ହୋଇଛି। ପୋଷ୍ଟରରେ କଶ୍ମୀରକୁ ପାକିସ୍ତାନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri