Categories: ଖେଳ

୭ ବର୍ଷରୁ କମ୍‌ ଚେସ୍‌: ଅଦିତି, ସାତ୍ତ୍ୱିକ ଚାମ୍ପିୟନ

ଭୁବନେଶ୍ୱର, ୨୮।୮ (ତପନ ସ୍ବାଇଁ): ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ୭ ବର୍ଷରୁ କମ୍‌ ଚେସ୍‌ (ବାଳିକା-ବାଳକ) ଚାମ୍ପିୟନଶିପ୍‌ ରବିବାର ଏଠାରେ ଶେଷ ହୋଇଛି। ଏହାର ବାଳିକା ବିଭାଗରେ ଅଦିତି ମହାରଣା ଚାମ୍ପିୟନ ଓ ଅନନ୍ୟା ଅନ୍ବେଷା ମିଶ୍ର ରନରଅପ୍‌ ହୋଇଛନ୍ତି। ସେହିପରି ବାଳକ ବିଭାଗରେ ସାତ୍ତ୍ୱିକ ସ୍ବାଇଁ ଚାମ୍ପିୟନ ଓ ଅଦଭିକ୍‌ ଆଦିତ୍ୟ ସ୍ବାଇଁ ରନରଅପ୍‌ ଆଖ୍ୟା ଅର୍ଜନ କରିଛନ୍ତି। ଏହି ଖେଳାଳିମାନେ ୩୬ତମ ଜାତୀୟ ୭ ବର୍ଷରୁ କମ ଚାମ୍ପିୟନଶିପ୍‌ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ।

ଏହି ଜାତୀୟ ପ୍ରତିଯୋଗିତା କୋଲକାତାର ଅଲୀପୁରସ୍ଥିତ ଇଷ୍ଟର୍ନ ରେଲଓ୍ବେ ସ୍ପୋଟର୍‌ସ ଏକାଡେମୀରେ ସେପ୍ଟେମ୍ବର ୨୧ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଟପ୍‌-୧୦ରେ ସ୍ଥାନ ପାଇଥିବା ଖେଳାଳିଙ୍କ ବ୍ୟତୀତ ବିଭିନ୍ନ ବୟସ ବର୍ଗର ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଅଲ୍‌ଇଣ୍ଡିଆ ଚେସ୍‌ ଆସୋସିଏଶନ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି, ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ଏସ.ଆର. ଚେସ୍‌ ସେଣ୍ଟର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଟୁର୍ନାମେଣ୍ଟ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ, ମାଷ୍ଟର ଚେସ୍‌ ଫାଉଣ୍ଡେଶନ ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ୱାଳ, ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share