ଧସୁଛି ନିର୍ମାଣାଧୀନ ଖରସ୍ରୋତା ନଦୀବନ୍ଧ

ଯାଜପୁର,୭।୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାର କୋରେଇ, ଯାଜପୁର, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର ବ୍ଲକ ଅଞ୍ଚଳବାସୀଙ୍କ ପାଇଁ କାଳ ସାଜିଥିବା ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା ନିୟନ୍ତ୍ରଣ ଯୋଜନା ଚାଲିଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନଦୀବନ୍ଧ ନର୍ମାଣ ଓ ସୁଦୃଢ଼ୀକରଣ କାମ ହେଉଛି। ଅଥଚ ବଜେଟ୍‌ ଅନୁସାରେ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ନ କରି ଅତି ନିମ୍ନମାନର କାର୍ଯ୍ୟ ହେଉଥିବାରୁ ନିର୍ମାଣ ସମୟରେ ହିଁ ନଦୀବନ୍ଧ ଧସି ଯାଉଥିବା ଦେଖିବାକୁ ମିଳିଛି।
ଖରସ୍ରୋତା ନଦୀର ଡାହାଣ ପାର୍ଶ୍ୱ ଜାତୀୟ ରାଜପଥ(ଏନଏଚ୍‌)୧୬ଠାରୁ ମହେଶ୍ୱରପୁର ଛକ ପର୍ଯ୍ୟନ୍ତ ନିର୍ମାଣାଧୀନ ନଦୀବନ୍ଧର ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ମାଟି ଧସି ଶତାଧିକ ଗାଁର ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସେହିପରି ଆର୍‌ ଏଣ୍ଡ ବି ପକ୍ଷରୁ ଏହାର ବାମ ପାର୍ଶ୍ୱ ନଦୀବନ୍ଧ ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୁଢ଼ୀକରଣ କାର୍ଯ୍ୟ ମଧ୍ୟ ଅତି ନିମ୍ନମାନର ହୋଇଥିବାରୁ ବନ୍ୟା ସମୟରେ ଘାଈ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଚଳିତ ବର୍ଷ ଏଯାଏ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନ ଥିଲେ ହେଁ ଉଭୟ ନଦୀବନ୍ଧକୁ ଦେଖି ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି । ଏନେଇ ବନ୍ୟା ପ୍ରଭାବିତ ଗ୍ରାମବାସୀ ଜଳ ସମ୍ପଦ ବିଭାଗ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ କୌଣସି ପଦକ୍ଷେପ ଗ୍ରହଣ ନ କରି ସେ ଠିକାଦାରଙ୍କ ସପକ୍ଷରେ ଅଛନ୍ତି ବୋଲି କହିଛନ୍ତି।
ଯାଜପୁର ଜିଲାରେ ଗତ ୧୭ ବର୍ଷରେ ନିୟମିତ ବ୍ୟବଧାନରେ ୬ଟି ବଡ ବନ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ୨୦୨୦ ଅଗଷ୍ଟ ବନ୍ୟାରେ ଜିଲାର ନଦୀବନ୍ଧଗୁଡିକରେ ୨୫ଟି ଘାଈ ସୃଷ୍ଟି ହୋଇ ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ୪ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜଳ ସମ୍ପଦ ବିଭାଗର ଚେତା ପଶିନି। ଏହି ୪ ବର୍ଷ ମଧ୍ୟରେ ନଦୀବନ୍ଧଗୁଡ଼ିକର ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ, ଘାଈ ମରାମତି ଇତ୍ୟାଦି କାର୍ଯ୍ୟରେ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିମଧ୍ୟରୁ ଖରସ୍ରୋତା ନଦୀର ଡାହାଣପାର୍ଶ୍ୱ କେଉଁଟଲଗୁଆଁ, ବିଲିପଡା, ବାହାଦଲାପୁର, ଚିନ୍ତାପୁରି, କମାରପାଲ, ଘୋଳପୁର, ବାଙ୍କ, ମହେଶ୍ୱରପୁର ଇତ୍ୟାଦି ଗ୍ରାମକୁ ଲାଗି ଯାଇଥିବା ନଦୀବନ୍ଧ ଧସୁଥିବା ଦେଖିବାକୁ ମିଳିଛି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଠିକାଦାର ୬/୭ ମାସ ତଳେ ମେଟାଲ ଓ ଆସ୍‌ ପକାଇ ଛାଡି ଦେଇଛନ୍ତି। ସେବେଠାରୁ ଠିକାଦାର କିମ୍ବା ଯନ୍ତ୍ରୀଙ୍କ ଦେଖା ମିଳୁନି। ଏଥିପାଇଁ ଆବଣ୍ଟିତ ପ୍ରାୟ ୧୫ କୋଟି ଟଙ୍କା ଚଲୁ କରି ଦିଆଯାଇଥିବା ଅନୁମାନ କରାଯାଉଛି। ଓଡ଼ିଶା କନଷ୍ଟ୍ରକ୍ସନ କମ୍ପାନୀ(ଓସିସି) ପକ୍ଷରୁ ନଦୀବନ୍ଧଗୁଡିକର ନିର୍ମାଣ କାର୍ଯ୍ୟ ଚାଲିଛି। ଆଶ୍ଚର୍ଯ୍ୟ କଥା, ଏହି ସମୟରେ ବର୍ଷା କିମ୍ବା ବାତ୍ୟା ଭଳି କୌଣସି ଦୈବୀଦୁର୍ବିପାକ ହୋଇନାହିଁ। ହେଲେ ନଦୀବନ୍ଧ ମାଟି ଧସିବା ପରେ ଆଖପାଖ ଅଞ୍ଚଳବାସୀ ଉକ୍ତ ନଦୀବନ୍ଧ ଉପରେ ଭରସା ହରାଇ ସାରିଛନ୍ତି।
ଏ ସଂକ୍ରାନ୍ତରେ ଜାରକା ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ କାମଦେବ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି,ଉକ୍ତ ନଦୀବନ୍ଧ ନିର୍ମାଣ ଚାଲିଛି। ଏଥିପ୍ରତି ବିଭାଗ ସତର୍କ ରହିଛି। ଯେଉଁଠି ମାଟି ଧସିଛି ସେଠାରେ ମରାମତି କରାଯିବ। ଠିକାଦାର କାମ କରୁ ନ ଥିବାରୁ ସେହି କାମକୁ ପାଣିକୋଇଲି ଆର ଆଣ୍ଡ ବିକୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ କାଗଜପତ୍ରରେ ଜମି ପଞ୍ଜୀକରଣ, ଭଉଣୀଭାଇଙ୍କ ସମେତ ୪ ଗିରଫ

ବ୍ରହ୍ମପୁର,୨୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପନିବନ୍ଧକ (ସବ୍‌-ରେଜିଷ୍ଟ୍ରର)ଙ୍କ କାର୍ଯ୍ୟାଳୟ-୨ରେ ନକଲି କାଗଜପତ୍ର ଦାଖଲ କରି ଏକ ଜମିକୁ ପଞ୍ଜୀକରଣ ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ଟାଉନ...

ମୁକୁଳିଲେ ଭିଏଟ୍‌ନାମର ୬ ନାବିକ

ପାରାଦୀପ,୨୩।୧୨(ଶରତ ରାଉତ): ପାରାଦୀପରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌ଭି ଦେବୀ ଜାହାଜର୨୧ ଜଣ ଭିଏଟ୍‌ନାମ ନାବିକଙ୍କ ମଧ୍ୟରୁ ରବିବାର ସାରେ ମାତ୍ର ୬...

ଜିନ୍ନତ ହେବ ଟ୍ରାଙ୍କୁଲାଇଜ୍‌

ବାରିପଦା,୨୩ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାବଳ ବାଘୁଣୀ ଜିନ୍ନତକୁ ଫେରାଇ ଆଣିବାକୁ ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଟ୍ରାଙ୍କୁଲାଇଜ୍‌...

ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଲେ ସାଗର

ଭବାନୀପାଟଣା,୨୩ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଭଳି ପବିତ୍ର ଗୃହରେ ବାବା ସାହେବ ଆମ୍ବେଡକରଙ୍କ ନାମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅପମାନଜନକ ଶବ୍ଦ ବ୍ୟବହାର...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

ଜଳସମ୍ପଦର ସୁରକ୍ଷା ପାଇଁ ଶପଥ ପାଠ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ରବିବାର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ...

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ 

ନବରଙ୍ଗପୁର,୨୨।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ସମ୍ମୁଖ ରାସ୍ତାରେ ଦୁର୍ଘଟଣା ଘଟି ୨ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବଡ଼ଡାଇଭଟ୍ଟା ଅଞ୍ଚଳର...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସଜେଇ ହେଉଛି ସହର

ରାୟଗଡ଼ା,୨୨।୧୨(ଆଶିଷ ରଞ୍ଜନ ପଣ୍ଡା)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri