Categories: ଜାତୀୟ

ଭୁଶୁଡିଲା ନିର୍ମାଣଧୀନ ରେଳ ବ୍ରିଜ: ୧୭ ମୃତ, ମୃତକଙ୍କ ପାଇଁ ୨ ଲକ୍ଷ-ଆହତଙ୍କ ଲାଗି ୫୦ ହଜାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ଆଇଜଲ,୨୩।୮ : ମିଜୋରାମରେ ରେଲଓ୍ବେର ଏକ ନିର୍ମାଣଧୀନ ବ୍ରିଜ୍‌ ଭୁଡୁଡ଼ିପଡ଼ିଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ସାଇରାଙ୍ଗ ଅଞ୍ଚଳରେ ଘଟିଛି। ଦୁର୍ଘଟଣା ସମୟରେ ସେଠାରେ ୩୫-୪୦ ଜଣ ଶ୍ରମିକ କାମ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି। ବୁଧବାର ପୂର୍ବାହ୍ନ ୧୦ରେ ଏହା ଘଟିଥିବା କୁହାଯାଉଛି।

ଏହି ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରତ୍ୟେକଙ୍କୁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ଆହତମାନଙ୍କ ପାଇଁ ୫୦ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।

ମିଜୋରାମ ସିଏମ ଜୋରାମଥାଙ୍ଗା ମଧ୍ୟ ଏନେଇଟୁଇଟ କରିଛନ୍ତି। ସେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଜୀବନ ହରାଇଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଦୁର୍ଘଟଣା ପରେ ଆହତମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

Share