ଚାପରେ ରାଜକୋଷ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): କୋଭିଡ୍‌-୧୯ ଯୋଗୁ ରାଜ୍ୟ ରାଜକୋଷ ଉପରେ ଆର୍ଥିକ ଚାପ ବଢ଼ିଚାଲିଛି। ଗତ କିଛିବର୍ଷ ହେବ ରାଜ୍ୟ ପାଇଁ କେନ୍ଦ୍ରୀୟ ଅନୁଦାନ ହ୍ରାସ ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି । ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ରାଜ୍ୟକୁ ତା’ର ପାଉଣା ମିଳୁ ନ ଥିବା ବେଳେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଖର୍ଚ୍ଚ କାଟ କରି କେନ୍ଦ୍ର ସରକାର ରାଜ୍ୟ ଉପରେ ଆର୍ଥିକ ବୋଝ ଲଦି ଚାଲିଛନ୍ତି। ଯୋଜନା ଏବଂ ପ୍ରାଶାସନିକ ଖର୍ଚ୍ଚ ତୁଲାଇବାକୁ ସରକାର ଖୋଲା ବଜାରରୁ ଋଣ କରିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ସରକାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତି ଭରିବା ପାଇଁ ଖୋଲା ବଜାରରୁ ପ୍ରାୟ ୩ ହଜାର କୋଟି ଟଙ୍କା ଋଣ କରିବାକୁ ଯାଉଛନ୍ତି।
ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ରାଜ୍ୟକୁ ଯେତିକି ଅର୍ଥ ମିଳିବା କଥା ତାହା ମିଳୁ ନାହିଁ। ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ୨୦୧୫-୧୬ରୁ ୨୦୧୯-୨୦ ପର୍ଯ୍ୟନ୍ତ ରାଜ୍ୟକୁ ୩୬,୮୫୭ କୋଟି ଟଙ୍କା ହରାଇବାକୁ ପଡିଛି। କେବଳ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶଧନ ବାବଦରେ ୩୫,୦୯୬ କୋଟି ମିଳି ନାହିଁ। ଅର୍ଥ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଚତୁର୍ଦ୍ଦଶ ଅର୍ଥ କମିଶନ ରାଜ୍ୟକୁ ୨ଟି କ୍ଷେତ୍ର ଯଥା ସ୍ବାୟତ୍ତ ଶାସନ ସଂସ୍ଥାକୁ ଅନୁଦାନ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌) ନିମିତ୍ତ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ବାବଦରେ ୧,୯୮,୪୧୧ କୋଟି ଟଙ୍କା ପ୍ରଦାନ କରିବାକୁ ସୁପାରିସ କରିଥିଲେ । ସେଥିରୁ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ବାବଦରେ ୧, ୮୪,୦୭୦ କୋଟିରୁ ୧,୪୮,୯୭୪ କୋଟି ଟଙ୍କା ମିଳିଛି। ସେହିପରି ସହରାଞ୍ଚଳ ମୌଳିକ ଅନୁଦାନ ବାବଦରେ ରାଜ୍ୟକୁ ୭୨ କୋଟି ଟଙ୍କା କମ ମିଳିଥିବା ବେଳେ ଗ୍ରାମପଞ୍ଚାୟତଗୁଡ଼ିକର ସମ୍ପାଦନଭିତ୍ତିକ ଅନୁଦାନ(ପର୍‌ଫର୍ମାନ୍ସ ଗ୍ରାଣ୍ଟ) ବାବଦରେ ୫୧୫ କୋଟି, ସହରାଞ୍ଚଳ ପୌର ସଂସ୍ଥା ପାଇଁ ସମ୍ପାଦନଭିତ୍ତିକ ଅନୁଦାନ(ପର୍‌ଫର୍ମାନ୍ସ ଗ୍ରାଣ୍ଟ) ବାବଦରେ ୨୮୭ କୋଟି ମିଳି ନାହିଁ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସ୍‌ଡିଆର୍‌ଏଫ୍‌) ପାଇଁ କେନ୍ଦ୍ରୀୟ ଅନୁଦାନ ମଧ୍ୟ ହ୍ରାସ କରାଯାଇଛି। ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ୬୨୧ କୋଟି ଟଙ୍କା କମ୍‌ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କମିଶନ କରିଥିବା ସୁପାରିସକୁ ମଧ୍ୟ କେନ୍ଦ୍ର ସରକାର ମାନିବାକୁ ରାଜି ହେଉନାହାନ୍ତି। ରାଜ୍ୟ ଉପରେ ଚାପ ପଡୁଥିବାରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ ଉଭୟ କେନ୍ଦ୍ର ଓ ରାଜ୍ୟର ଅଂଶଧନ ଯଥାକ୍ରମେ ୯୦:୧୦ ରହିବ ବୋଲି କମିଶନ ସୁପାରିସ କରିଥିଲେ। ତେବେ କେନ୍ଦ୍ର ସରକାର ଏହାକୁ ଜିଏସ୍‌ଟି ପ୍ରଚଳନ ହେବା ପର୍ଯ୍ୟନ୍ତ ୭୫:୨୫ ଅନୁପାତରେ ରଖିଥିଲେ। ଜିଏସ୍‌ଟି ଲାଗୁ ହେବା ପରେ ଏହା ୯୦:୧୦ ଅନୁପାତରେ କାର୍ଯ୍ୟକାରୀ ହେବ। ୨୦୧୭ ଜୁଲାଇରୁ ଦେଶରେ ଜିଏସ୍‌ଟି ପ୍ରଚଳନ ହୋଇଛି। ମାତ୍ର ଗୋଟିଏ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୧୯-୨୦ରେ ଏସ୍‌ଡିଆର୍‌ଏଫ୍‌କୁ ୯୦:୧୦ ଅନୁପାତରେ ଅନୁଦାନ ମିଳିଥିଲା। ୨୦୧୯-୨୦ରେ ଅନୁଦାନକୁ ୭୫:୨୫ରେ ସୀମିତ ରଖିବାରୁ ରାଜ୍ୟକୁ ୨୬୬ କୋଟି ଟଙ୍କା କମ୍‌ ମିଳିଛି। ଜିଏସ୍‌ଟିରେ ସ୍ଥିରତା ଆସି ନ ଥିବାରୁ ୭୫:୨୫ ହାରରେ ଏସ୍‌ଡିଆର୍‌ଏଫ୍‌ ଅନୁଦାନ ଦିଆଯିବ ବୋଲି ରାଜ୍ୟକୁ କେନ୍ଦ୍ର ସରକାର ଜଣାଇ ଦେଇଛନ୍ତି।  ଅନ୍ୟ ପକ୍ଷରେ ଜିଏସ୍‌ଟି କ୍ଷତି ବଢିଚାଲିଥିବାରୁ କେନ୍ଦ୍ର ସରକାର ଋଣ କରି ଭରଣା କରିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି। ଆର୍ଥିକ ସମସ୍ୟାକୁ ମୁକାବିଲା କରିବାକୁ ରାଜ୍ୟ ସରକାର ଖୋଲା ବଜାରରୁ ୨୮୫୮ କୋଟି ଟଙ୍କାର ଋଣ କରିବା ଲାଗି ଅର୍ଥ ମନ୍ତ୍ରଣାଳୟର ଖର୍ଚ୍ଚ ବିଭାଗ ଅନୁମତି ଦେଇଛି। ଅର୍ଥ ମନ୍ତ୍ରଣାଳୟ ଓଡ଼ିଶା ସମେତ ୨୦ ରାଜ୍ୟକୁ ଖୋଲା ବଜାରରୁ ୬୮,୮୨୫ କୋଟି ଟଙ୍କା ଋଣ ଉଠାଇବାକୁ ଅନୁମତି ଦେଇଛି। ଏହି ଋଣ ମୋଟ ରାଜ୍ୟ ଘରୋଇ ଉତ୍ପାଦନ(ଜିଏସ୍‌ଡିପି)ର ୦.୫୦ ପ୍ରତିଶତରୁ ୨% ପ୍ରତିଶତ ପର୍ଯ୍ୟନ୍ତ କରିବାକୁ ଅନୁମତି ଦିଆଯାଇଛି।
ଏଠାରେ ସୂଚନା ଯୋଗ୍ୟ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ଓ କୋଭିଡ୍‌ ସହାୟତା ବାବଦରେ ରାଜ୍ୟ ସରକାରଙ୍କୁ ୨.୩୫ ଲକ୍ଷ କୋଟି ଟଙ୍କା ଦେବାକୁ ଅସମର୍ଥ ହୋଇଛନ୍ତି। ସେହି ବୋଝକୁ କେନ୍ଦ୍ର ସରକାର ଚତୁରତାର ସହ ରାଜ୍ୟଗୁଡ଼ିକ ଉପରେ ଲଦିଛନ୍ତି। ୨୦୨୦ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ଜିଏସ୍‌ଟି କାଉନସିଲ ବୈଠକରେ ଜିଏସ୍‌ଟି କ୍ଷତି ଭରଣା ପାଇଁ ରାଜ୍ୟଗୁଡିକ ନିକଟରେ କେନ୍ଦ୍ର ସରକାର ଦୁଇଟି ବିକଳ୍ପ ରଖିଥିଲେ। ସେଥିରୁ ଗୋଟିଏ ବାଛିବା ପାଇଁ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ।
ପ୍ରଥମ ପ୍ରସ୍ତାବ ଥିଲା, ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ବୁଝାମଣା କରି କେନ୍ଦ୍ର ସରକାର ସ୍ବତନ୍ତ୍ର ଓ୍ବିଣ୍ଡୋ ଜରିଆରେ ୯୭ ହଜାର କୋଟି ଟଙ୍କା ଋଣ କରିବେ। ସେହି ଅର୍ଥ ୨୦୨୨ଜୁନ୍‌ ସୁଦ୍ଧା କ୍ଷତିପୂରଣ ସେସ୍‌ ପାଣ୍ଠିରୁ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବ। ପଞ୍ଚଦଶ ଅର୍ଥ କମିଶନ ଏହାକୁ ରାଜ୍ୟ ପାଇଁ ଋଣ ବୋଝ ଭାବେ ଗ୍ରହଣ କରିବ ନାହିଁ। କେନ୍ଦ୍ର ସରକାର ଉଭୟ ସୁଧ ଓ ଋଣ ବାବଦ ସମସ୍ତ ଅର୍ଥ ବହନ କରିବେ। ଦ୍ୱିତୀୟ ପ୍ରସ୍ତାବ ଥିଲା, ସମୁଦାୟ ଜିଏସ୍‌ଟି କ୍ଷତିପୂରଣ ରାଶି ରାଜ୍ୟ ସରକାରଗୁଡ଼ିକ ଚଳିତ ବର୍ଷ ଖୋଲା ବଜାରରୁ ଆର୍‌ବିଆଇ ସହିତ ବୁଝାମଣା କରି ଋଣ କରିବେ। ରାଜ୍ୟ ସରକାର ଋଣର ସୁଧ ବହନ କରିବେ ଏବଂ ମୂଳଧନ ୨୦୨୨ ଜୁନ୍‌ ପରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଯୋଗାଇ ଦେବେ। ରାଜ୍ୟ ସରକାର ପ୍ରଥମ ପ୍ରସ୍ତାବଟିକୁ ଗ୍ରହଣ କରିଛନ୍ତି। ସେଥିରେ ପ୍ରଥମ ବିକଳ୍ପକୁ ଓଡ଼ିଶା ସମେତ ୨୦ଟି ରାଜ୍ୟ ଗ୍ରହଣ କରିଥିଲେ। ଓଡ଼ିଶା ପ୍ରଥମ ବିକଳ୍ପ ବାଛିଥିବାରୁ ଖୋଲା ବଜାରରୁ ଋଣ କରିବାକୁ ପଡୁଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ରେ ଜିଏସ୍‌ଟି ଲାଗୁ ହେବା ପରେ ୫ ବର୍ଷ ଯାଏ ରାଜ୍ୟର କ୍ଷତିଭରଣା କରିବା ସକାଶେ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ। ବାର୍ଷିକ ୧୪ ପ୍ରତିଶତ ରାଜସ୍ବ ବୃଦ୍ଧି ହିସାବକୁ ନେଇ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତି ଭରଣା କରୁଛନ୍ତି। ତେବେ ଚଳିତ ବର୍ଷ ରାଜ୍ୟଗୁଡିକ ଉପରେ ଏହି ବୋଝ ଲଦି ଦେଇଛନ୍ତି। କେନ୍ଦ୍ରର ଏହି ପ୍ରସ୍ତାବକୁ ପଞ୍ଜାବ, କେରଳ, ଛତିଶଗଡ଼, ତାମିଲନାଡୁ, ମହାରାଷ୍ଟ୍ର, ଦିଲ୍ଲୀ ଓ ପୁଡ଼ୁଚେରୀ ଭଳି ରାଜ୍ୟ ଦୃଢ଼ ବିରୋଧ କରିଥିବା ବେଳେ ଓଡ଼ିଶା ସରକାର କୌଣସି ପ୍ରତିବାଦ କରି ନ ଥିଲେ। ଅନ୍ୟ ରାଜ୍ୟଗୁଡ଼ିକ ରାଜ୍ୟର ସମୁଦାୟ ଜିଏସ୍‌ଟି କ୍ଷତିପୂରଣ କେନ୍ଦ୍ର ସରକାର ଋଣ କରି ଭରଣା କରନ୍ତୁ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା

ପୁରୀ,୨୭ା୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ଗୁରୁବାର ଗାଧୋଉଥିବାବେଳେ ବରଗଡ଼ ଜିଲାର ଶୁଭ ପାତ୍ର ନାମକ ଯୁବକ ଭାସିଯାଇ ନିଖୋଜ ଥିଲେ। ଶୁକ୍ରବାର ଦିଗବାରେଣୀ ଖୁଣ୍ଟି...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ବାଛୁରୀକୁ ଖାଇଗଲା ବାଘ

ଭଞ୍ଜନଗର,୨୭ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚ୍ଛେଦାଭୂମିରେ ଏକ ହେଟାବାଘ ବାଛୁରୀକୁ ମାରି ଖାଇ ଦେଇଥିବା ଅଭିଯୋଗ ହେଶଇଛି। ବାଛୁରୀ ମାଲିକ ବଳରାମ ଗୌଡ...

ରାଜଧାନୀରେ ମାତିଛନ୍ତି ଲୁଟେରା: ଘରେ ପଶି ଲୁଟିନେଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର

ଭୁବନେଶ୍ୱର,୨୭।୧୨: କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରମାନେ ନିୟମିତ ଭାବେ ଭୁବନେଶ୍ୱରରେ ଫ୍ଲାଟ ଏବଂ ଘରକୁ ଟାର୍ଗେଟ କରୁଛନ୍ତି। ସଦ୍ୟତମ ଚୋରି ଘଟଣାରେ ରାଜଧାନୀ...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପାଳପକାଇ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ

ସୁନ୍ଦରଗଡ଼,୨୮।୧୨(ଜୟ ନାରାୟଣ ମେଣ୍ଡୁଳି): ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ଥାନା ସର୍ଗିପାଲି...

ମୃତ ଚାଷୀଙ୍କ ପରିବାରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେଲେ ଅଭିନେତ୍ରୀ ରାଣୀ ପଣ୍ଡା

ସାକ୍ଷୀଗୋପାଳ,୨୭।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ୪ଦିନ ତଳେ ମତ୍ୟୁବରଣ କରିଥିବା ସ୍ଥାନୀୟ ଡୁଙ୍ଗର ଗ୍ରାମର ମୃତ ଚାଷୀ ପୂର୍ଣଚନ୍ଦ୍ର ଦଳେଇଙ୍କ ପରିବାର ଲୋକଙ୍କୁ ଅଭିନେତ୍ରୀ ରାଣୀ...

୫ ବର୍ଷ ନୁହେଁ, ୩ ବର୍ଷରେ ଲୋକେ ଅନ୍ୟ ଦଳକୁ ଭୁଲିଯିବେ: ପୃଥ୍ବୀରାଜ

ଭୁବନେଶ୍ୱର,୨୭।୧୨: ପ୍ରଶାସନକୁ ଅଧିକ କ୍ରିୟାଶୀଳ କରି ବିକାଶ କାର୍ଯ୍ୟକୁ ଆଗେଇ ନେବା ଏବଂ ଲୋକଙ୍କ ସମସ୍ୟାର ତ୍ୱରିତ୍‌ ସମାଧାନ ପାଇଁ ମନ୍ତ୍ରୀମାନଙ୍କୁ ୩୦ ଜିଲାର ଦାୟିତ୍ୱ...

ପୁଣି ଆସୁଛି ବର୍ଷା! ଏହି ସବୁ ଜିଲାରେ ଛେଚିବ

ଭୁବନେଶ୍ୱର,୨୭।୧୨: ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷା ସମ୍ଭାବନା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୮ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri