Posted inଜାତୀୟ

ଶନିବାର ରୋଜଗାର ମେଳାରେ ୫୧ ହଜାର ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଅକ୍ଟୋବର ୨୮ତାରିଖ ଅପରାହ୍ନ ଗୋଟାଏ ସମୟରେ ୫୧ ହଜାରରୁ ଅଧିକ ନିଯୁକ୍ତିପତ୍ର ନବନିଯୁକ୍ତମାନଙ୍କୁ ଆଭାସୀ ମାଧ୍ୟମରେ ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଅଭିଭାଷଣ ରଖିବେ।

ଦେଶରେ ୩୭ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ । ଏହି ନିଯୁକ୍ତି ସରକାରଙ୍କ ବିଭିନ୍ନ ବିଭାଗରେ ହେଉଥିବାବେଳେ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ମଧ୍ୟ ଏହି ପଦକ୍ଷେପରେ ସହାୟତା କରୁଛନ୍ତି । ଏହି ନବନିଯୁକ୍ତ ଗଣ ଦେଶବ୍ୟାପୀ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ଯୋଗଦେବେ । ସେଗୁଡିକ ମଧ୍ୟରେ ରେଳ ମନ୍ତ୍ରଣାଳୟ, ଡାକବିଭାଗ, ଗୃହ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗଣଶିକ୍ଷା ବିଭାଗ ଓ ସାକ୍ଷରତା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତ୍ୟାଦି ଅନ୍ତର୍ଭୁକ୍ତ ।

ନିଯୁକ୍ତି ସୁଯୋଗକୁ ଅଗ୍ରାଧିକାର ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାକୁ ସାକାର କରିବା ପାଇଁ ରୋଜଗାର ମେଳା ଏକ ପଦକ୍ଷେପ । ଆଗକୁ ରୋଜଗାର ସୃଷ୍ଟି ନିମନ୍ତେ ରୋଜଗାର ମେଳା ଏକ ଉତ୍‌ପ୍ରେରକ ଭାବେ କାର୍ଯ୍ୟ କରିବା ସହ ଯୁବଗୋଷ୍ଠୀକୁ ସଶକ୍ତ କରିବ ଓ ଜାତୀୟ ବିକାଶରେ ସାମିଲ କରିବା ପାଇଁ ମଧ୍ୟ ସୁଯୋଗ ଦେବ ।

ନବନିଯୁକ୍ତଗଣ ମଧ୍ୟ ଅନଲାଇନ୍ ମୋଡୁଲ କର୍ମଯୋଗୀ ପ୍ରାରମ୍ଭ ଜରିଆରେ ନିଯୁ୍‌କ୍ତି ତାଲିମ ପ୍ରାପ୍ତ କରିପାରିବେ । iGOT କର୍ମଯୋଗୀ ପୋର୍ଟାଲ ଜରିଆରେ ୭୫୦ରୁ ଊର୍ଦ୍ଧ୍ୱ ଇ-ଶୈକ୍ଷିକ ପାଠ୍ୟକ୍ରମ ଉପଲବ୍ଧ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ନୀତୀଶ କୁମାରଙ୍କୁ ଭେଟିଲେ ଖାନ ସାର୍‌, ବଢୁଛି ରାଜନୈତିକ ଉଷ୍ମତା

ପାଟନା,୨୫।୧୦: ଏବେ ବିହାରର ରାଜଧାନୀ ପାଟନାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାମୂଳକ ପରୀକ୍ଷାର ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ବଡ ଆକ୍ସନ

ନୂଆଦିଲ୍ଲୀ,୨୫।୧୦: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ବଡ ସଫଳତା ମିଳିଛ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, ପ୍ୟାନ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ...

ଦୀପାବଳି ପୂର୍ବରୁ ମୋଦି ସରକାର ଦେଲେ ବଡ଼ ଉପହାର, ଘୋଷଣା କଲେ…

ନୂଆଦିଲ୍ଲୀ,୨୫।୧୦: ଦୀପାବଳି ପୂର୍ବରୁ ମୋଦି ସରକାର ଉଦ୍ୟୋଗୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଡବଲ ଋଣ ପାଇବେ।...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ନ୍ୟୁଜିଲାଣ୍ଡ ଆଗୁଆ

ପୁଣେ,୨୫।୧୦: ପୁଣେର ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଚାଲିଛି। ଟସ ଜିତିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri