ସଚିନ୍‌ଙ୍କ ମାର୍ଗଦର୍ଶନରେ ସ୍କୁଲମୁହାଁ ମୁଣ୍ଡାସାହି ପିଲା

ହାଣ୍ଡିଆ ପିଇ ଜଙ୍ଗଲରେ ବୁଲୁଥିଲେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ମୁଣ୍ଡାସାହି ପିଲା। ମୂଲ ଲାଗିବାକୁ ବାପା ମା’ ଯାଉଥିବାବେଳେ କୁନିକୁନି ପିଲାମାନେ ତାଙ୍କ ସହ ବି ଯାଉଥିଲେ। ପାଠପଢ଼ାରେ ଡୋରି ଲାଗିବା ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶର ସୁଯୋଗ ନ ଥିଲା। ତେବେ ସ୍ଥାନୀୟ ଜଣେ ଯୁବକ ସଚିନ୍‌ ମହାପାତ୍ରଙ୍କ ପ୍ରଚେଷ୍ଟାରେ ବସ୍ତିର ଶତାଧିକ ପିଲା ଏବେ ସ୍କୁଲ ଯିବା ସହ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ମନ ବଳାଉଛନ୍ତି। ଗୁରୁଦିବସ ଅବସରରେ ଏଭଳି ଜଣେ ଗୁରୁଙ୍କ ସମ୍ପର୍କରେ…

ଏମବିଏ ପାସ୍‌ କରିବା ପରେ ଚାକିରି ନ କରି କୃଷି ଓ ସମାଜ ସେବା ପ୍ରତି ମନ ବଳାଇଥିଲେ ଦାରୁଠେଙ୍ଗ ଅଞ୍ଚଳର ସଚିନ ମହାପାତ୍ର। ଅଭାବ ଅନଟନ ଓ ସଚେତନତା ଅଭାବରୁ ବସ୍ତି ପିଲାମାନେ ପାଠପଢ଼ାରୁ ବଞ୍ଚତ୍ତ ହେଉଥିବା ଜାଣିବାକୁ ପାଇଥିଲେ। ୨୦୧୭ରେ ସେ ସ୍ଥାନୀୟ ମୁଣ୍ଡାସାହିରେ ପହଞ୍ଚତ୍ଥିଲେ। କୋମଳମତି ପିଲାଙ୍କୁ ଦେଖିବା ପରେ ତାଙ୍କ ମନ ଏକପ୍ରକାର ଆନ୍ଦୋଳିତ ହୋଇଥିଲା। ମା’ବାପାଙ୍କ ସହ ପିଲାମାନେ ହାଣ୍ଡିଆ ପିଉଥିଲେ। ସେମାନଙ୍କ ସହିତ କାମକୁ ଯିବା ସହ ଗାଁ, ଜଙ୍ଗଲ, ରାସ୍ତାରେ ବୁଲୁଥିଲେ। କେତେଜଣ ମଧ୍ୟ ଅବାଟକୁ ଚାଲିଯାଉଥିଲେ। ସ୍ଥାନୀୟ ଅଞ୍ଚଳରେ ମୁଣ୍ଡାସାହି ସ୍କୁଲ ଥିଲେ ମଧ୍ୟ ସେଠାକୁ କେହି ପଢ଼ିବାକୁ ଯାଉ ନ ଥିଲେ। ମା’ବାପା ମଧ୍ୟ ଏ ଦିଗରେ ଆଗ୍ରହ ପ୍ରକାଶ କରୁ ନ ଥିଲେ। ସେଇ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ସଚିନ ସେହିଦିନଠାରୁ ମନ ବଳାଇଥିଲେ। ଖେଳକୁଦଠାରୁ ଆରମ୍ଭ କରି ପାଠ ପଢ଼ିବା ପାଇଁ ସେ ପିଲାମାନଙ୍କୁ ଉତ୍ସାହିତ କରୁଥିଲେ। ଫଳସ୍ବରୂପ ବର୍ତ୍ତମାନ ମୁଣ୍ଡାସାହି ବିଦ୍ୟାଳୟରେ ୫୦ରୁ ଅଧିକ ପିଲା ପ୍ରଥମରୁ ପ୍ରଞ୍ଚମ ଶ୍ରେଣୀରେ ନାମ ଲେଖାଇ ପାଠ ପଢ଼ୁଛନ୍ତି। ଆଖପାଖ ଅଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟକୁ ମଧ୍ୟ ଏଠାକାର ପିଲାମାନେ ଯାଉଛନ୍ତି। ସେହିପରି କେତେଜଣ ପିଲାଙ୍କୁ ଆନନ୍ଦ ଆଶା ଅନୁଷ୍ଠାନରେ ଓ ଆଉ କିଛି ପିଲାଙ୍କୁ କିସ୍‌ରେ ପଢ଼ାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରାଇଛନ୍ତି। ପ୍ରଥମେ ପ୍ରଥମେ ପିଲାଙ୍କୁ ସ୍କୁଲ ଛାଡିବାକୁ ମା’ବାପା ଅମଙ୍ଗ ହେଉଥିଲେ। ମାତ୍ର ସଚିନ୍‌ଙ୍କ ପରାମର୍ଶରେ ଏବେ ସେମାନେ ସଚେତନ ହେଲେଣି। ଚଳିତବର୍ଷ କେତେଜଣ ପିଲା କଲେଜରେ ନାମ ଲେଖାଇଥିବା ସେ କହିଛନ୍ତି। କେବଳ ପାଠପଢ଼ା ନୁହେଁ, ଫୁଟବଲ୍‌ ଖେଳ ପ୍ରତି ମଧ୍ୟ ପିଲାମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଟିକେ ସମୟ ମିଳିଲେ କୁନିକୁନି ପିଲାଙ୍କ ପାଖରେ ସଚିନ୍‌ ପହଞ୍ଚତ୍ କିଛିନା କିଛି ଶିଖାଉଛନ୍ତି। ଅକ୍ଷର ଶିଖାଇବା ସହ ସ୍କୁଲ ଯିବାର ଉପକାରିତା ବିଷୟରେ ବୁଝାଉଛନ୍ତି। କ୍ରୀଡ଼ା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କର ଶାରୀରିକ ତଥା ବୌଦ୍ଧିକ ବିକାଶ ପାଇଁ ଉଦ୍ୟମ କରିଆସୁଛନ୍ତି। ପୋଷାକ ସହ ଖାତା କଲମ ଆଦି ପାଠ୍ୟୋପକରଣ ମଧ୍ୟ ପିଲାଙ୍କୁ ପ୍ରଦାନ କରୁଥିବା ପିଲାମାନେ କୁହନ୍ତି। ଏପରିକି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଉକ୍ତ ଅଞ୍ଚଳର ଉପର ଶ୍ରେଣୀର ପିଲାମାନେ ସମୟ ପାଇଲେ ତଳ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାରେ ସହାୟତା କରୁଛନ୍ତି। ସେହିପରି ସମାଜରେ କୃଷି ଓ କୃଷକର ଆବଶ୍ୟକତା ସମ୍ପର୍କରେ ସଚିନ୍‌ ପିଲାମାନଙ୍କୁ ଅବଗତ କରାଇଥା’ନ୍ତି। ତେବେ ମୁଣ୍ଡାସାହି ବିଦ୍ୟାଳୟରେ କେବଳ ଜଣେ ମାତ୍ର ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ତେଣୁ ଉକ୍ତ ବିଦ୍ୟାଳୟର ଉନ୍ନତୀକରଣ କରାଯିବା ସହ ବିଦ୍ୟାଳୟରେ ବିଷୟଭିତ୍ତିକ ଶିକ୍ଷକ ନିଯୁକ୍ତ ହୋଇପାରିଲେ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ ବୋଲି ସଚିନ୍‌ କହିଛନ୍ତି। ଉଚ୍ଚଶିକ୍ଷା ଲାଭ କରିଥିବା ଜଣେ ବ୍ୟକ୍ତି କୃଷିକ୍ଷେତ୍ରରେ ମଧ୍ୟ ଉତ୍କର୍ଷତା ପ୍ରଦର୍ଶନ କରିପାରିବ ବୋଲି ସେ ବିଚାର କରନ୍ତି। ସଚିନ୍‌ କୌଣସି ସ୍କୁଲ୍‌ର ଶିକ୍ଷକ ନ ଥିଲେ ମଧ୍ୟ ଆଜିର ସମାଜରେ ଜଣେ ଗୁରୁ ଭାବେ ଉଦାହରଣ ସୃଷ୍ଟି କରିଛନ୍ତି।
-ରିପୋର୍ଟ: ଅନୁରାଧା ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image