ତୁମ ନେତୃତ୍ୱରେ ରାଜ୍ୟରେ ବିକାଶ ନୂଆ ଉଚ୍ଚତା ଛୁଇଁବ- ନବୀନ

ଭୁବନେଶ୍ୱର,୨।୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ଏନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ” କ୍ରମାଗତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ମମତାଙ୍କୁ ହୃଦୟରୁ ଶୁଭେଚ୍ଛା। ମୁଁ ନିଶ୍ଚିତ ଯେ, ତୁମ ନେତୃତ୍ୱରେ ରାଜ୍ୟରେ ବିକାଶ ନୂଆ ଉଚ୍ଚତା ଛୁଇଁବ“ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି। ସେହିପରି କେରଳର ମୁଖ୍ୟ ମନ୍ତ୍ରୀ ପିନାରାଇ ବିଜୟନ୍‌, ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ, ତାମିଲନାଡୁ ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଦେଇଛନ୍ତି।

Share