ନାବାଳିକା ଯାଆଁଳା ଶିଶୁ ଜନ୍ମ ମାମଲା: ଧରାପଡ଼ିଲେ ନାବାଳକ ପ୍ରେମିକ

କେନ୍ଦୁଝର,୧୭।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ରବିବାର ଅଭିଯୁକ୍ତ ନାବାଳକଙ୍କୁ ଧରିଛି।

ନାବାଳିକା ଜଣକ ଗର୍ଭବତୀ ହୋଇ ଯାଆଁଳା ଶିଶୁ ଜନ୍ମ ଦେବା ପରେ ଏହି ଘଟଣା ପଦାକୁ ଆସିଥିଲା। ଏନେଇ କେନ୍ଦୁଝର ଟାଉନ ଥାନାରେ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(୪୪୫/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ପରେ ତାଙ୍କୁ ରାଉରକେଲାସ୍ଥିତ ଜୁଭେନାଇଲ ହୋମ୍‌ରେ ରଖାଯାଇଛି ବୋଲି ଟାଉନ ଥାନା ଅଧିକାରୀ ସୁନୀଲ କୁମାର କର ପ୍ରକାଶ କରିଛନ୍ତି।

Share