ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ବୁଲାଇ ନେବା ବାହାନାରେ ଗର୍ଭ ନଷ୍ଟ

କୁଚିଣ୍ଡା,୨୭ା୨: ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ନାବାଳିକା ଗର୍ଭବତୀ ହୋଇଥିଲେ। ପରେ ନାବାଳିକା ବିବାହ ପାଇଁ ଜିଦି କରିଥିଲେ। ଏହି ପରିସ୍ଥିତିରେ ପ୍ରେମିକ ହୀରାକୁଦ ବୁଲିବା ବାହାନାରେ ଔଷଧ ଦେଇ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିଲେ। ପରେ ପ୍ରେମିକ ଦୂରେଇ ଯିବାକୁ ଚେଷ୍ଟା କରିବାରୁ ନାବାଳିକା ଅସହାୟ ହୋଇ ପଡ଼ିଥିଲେ। ଶେଷରେ ସେ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶନିବାର ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ସମ୍ବଲପୁର ଏସ୍‌ଆର୍‌ଆଇଟି କଲୋନୀର ବିଜୟ ପ୍ରସାଦ କୁଚିଣ୍ଡା ଏନ୍‌ଏସି ୭ନଂ. ୱାର୍ଡ ପାଦ୍ରିପଡାରେ ଏକ ଭଡ଼ାଘରେ ରହନ୍ତି। ତାଙ୍କ ସହ ନାବାଳିକାଙ୍କ ଦେଖାସାକ୍ଷାତ୍‌ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହ କରିବାକୁ କହି ବିଜୟ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଗର୍ଭବତୀ ହେବା ଜାଣିବା ପରେ ବିଜୟ ଯୋଜନା କରି ନାବାଳିକାଙ୍କୁ ହୀରାକୁଦ ବୁଲାଇବାକୁ ନେଇ ଔଷଧ ଖାଇବାକୁ ଦେଇଥିଲେ। ଗର୍ଭ ନଷ୍ଟହେବା ପରେ ସେ ତାଙ୍କୁ କୁଚିଣ୍ଡା ଆଣି ଛାଡ଼ି ଚାଲିଯାଇଥିଲେ। ଭୟରେ ନାବାଳିକା ଘରକୁ ନ ଯାଇ ପାଦ୍ରିପଡ଼ାରେ ଭଡ଼ାରେ ରହୁଥିବା ଜଣେ ସାଙ୍ଗ ଘରେ ରହିଥିଲେ। ସାଙ୍ଗର ମା’ ବିଜୟଙ୍କ ସହ ବିବାହ କରାଇଦେବାକୁ ନାବାଳିକାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ବିଜୟଙ୍କଠାରୁ ୧୦ ହଜାର ଟଙ୍କା ନେଇଥିବା ବିଜୟ ସ୍ବୀକାର କରିଛନ୍ତି। ଏହା ଏକ ଚକ୍ରାନ୍ତ ବୋଲି ଜାଣିପାରି ନାବାଳିକା କୌଶଳକ୍ରମେ ସୁଜାତାଙ୍କ ପାଖରୁ ଖସିଆସି ଜଣେ ମହିଳା ଟେଲରଙ୍କୁ ସବୁକଥା କହିଥିଲେ। ମହିଳା ଟେଲର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ମାଧ୍ୟମରେ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପାଦ୍ରିପଡା ଭଡ଼ାଘରୁ ପୋଲିସ ସୁଜାତା, ବିଜୟ ପ୍ରସାଦ ଓ ରାଜିନ ପଧାନଙ୍କୁ ଗିରଫ କରି କୁଚିଣ୍ଡା ଡାକ୍ତରଖାନାରେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ସମ୍ବଲପୁର ପଠାଯାଇଛି। ଏମାନଙ୍କ ନାମରେ କୁଚିଣ୍ଡା ଥାନାରେ ଦଫା ୩୭୬ (୨ଏମ୍‌), ୩୭୬ (୩), ୩୧୩, ୫୦୬ରେ ଏକ ମାମଲା (ନଂ.୪୪/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri