ଅଣ୍ଡର ପାସ୍‌ ରାସ୍ତା ବନ୍ଦ: ବଢିଲା ଜନ ଅସନ୍ତୋଷ

ରାୟଗଡା,୭।୧୦(ଭାଗ୍ୟଶ୍ରୀ ମିଶ୍ର): ରାୟଗଡାରେ ରେଳ ବିଭଗ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଛି। ଏହି କ୍ରମରେ ରାୟଗଡାରେ ତୃତୀୟ ରେଳ ଲାଇନ୍‌ କାର୍ଯ୍ୟ ଚାଲଛି। ଏ ନେଇ ଜିଲା ପ୍ରଶାସନ ରାୟଗଡା ସହରର ଅଣ୍ଡର ଗ୍ରାଉଣ୍ଡ ରାସ୍ତା ବନ୍ଦ କରି ଦେଇଛି। ଯାହାଦ୍ୱାରା ଜନ  ଅସନ୍ତୋଷ ଦେଖାଦେଇଛି ।
ବିଜୟନଗର ଟିଟିଲାଗଡ଼ ତୃତୀୟ ରେଳ ଲାଇନ କାର୍ଯ୍ୟ  ପାଇଁ ଅଣ୍ଡର ପାସ ବ୍ରିଜର ସମ୍ପ୍ରସାରଣ ହେବ ତେଣୁ ଅଣ୍ଡର ପାସ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ରାୟଗଡ଼ା ଉପଜିଲାପାଳ  କଲ୍ୟାଣୀ ସଂଘମିତ୍ରା ଦେବୀ ବନ୍ଦ ପାଇଁ  ନିର୍ଦ୍ଦେଶ ଦେଇଛନ୍ତି। ଅଭୋର ବ୍ରିଜ ଅସୁରକ୍ଷିତ ଅବସ୍ଥାରେ ରହି ଥିବା ବେଳେ ପ୍ରତିଦିନ ସହ ସହ ମାଲ ବୋଝେଇ ଟ୍ରକ୍‌ ଗୁଡିକ ଉକ୍ତ ରାସ୍ତାଦେଇ  ଯାତାୟାତ କରୁଛିନ୍ତି।  ସ୍କୁଲ ପିଲା, ଜିଲା ମୁଖ୍ୟ  ଚିକିତ୍ସାଳୟକୁ ଯାଉଥିବା ସମସ୍ତେ ଏହି ଓଭୋର ବ୍ରିଜ୍‌ରେ  ଯାଆସ କରନ୍ତି।  ତେବେ ଏହି ବ୍ରିଜ୍‌ଟି କେତେ ବେଳେ କାହା ଉପରେ ଖସି ପଡିବ ତାହା କହି ହେବ ନାହିଁ ବୋଲି କହିଛନ୍ତି ବୁଦ୍ଧିଜୀବୀ କହିଛନ୍ତି।
ରାସ୍ତା ବନ୍ଦ ହେବାରୁ ଅନେକ ଟ୍ରାଫିକ୍‌ ସମସ୍ୟା ଦେଖାଯିବ ତେବେ ଏହାର ଅନ୍ୟ ବିକଳ୍ପ କରାଯାଉ ବୋଲିି ରାୟଗଡାର ଆଇନଜୀବୀ ଲାବଣ୍ୟ ମୋହନ ପଟ୍ଟନାୟକ କହିଛନ୍ତି।