ଭଦ୍ରକ ଅଫିସ,୨୦।୧୧ ଜେଲରୁ ବିଚାରାଧୀନ ଜଣେ କଏଦୀ ପାଇଖାନା ଟାଙ୍କି ପାଇପ ଦେଇ ଖସି ଯାଉଥିଲେ। ଏହି ସମୟରେ ଜଣେ ସୁରକ୍ଷା କର୍ମୀ ତାଙ୍କୁ କାବୁ କରିଥିଲେ । ସିସିଟିଭିରେ କଏଦ ହୋଇଛି ଉକ୍ତ ଦୃଶ୍ୟ।
ସୂଚନାଯୋଗ୍ୟ, ଭଦ୍ରକ ସ୍ବତନ୍ତ୍ର ଉପ କାରାଗାରରୁ ଜାଣେ କଏଦୀ ଫେରାର ହେଉଥିଲେ । ପୀରହାଟ ଥାନା ଅଧୀନ ଅକ୍ଷୟ ମଲ୍ଲିକ ନାମକ ବ୍ୟକ୍ତି ୩୫୪ ଦଫାରେ ଜେଲ ଆସିଥିଲେ । ୨୦ ଅକ୍ଟୋବରରେ ପୀରହାଟ ଥାନା ଅକ୍ଷୟଙ୍କୁ କୋର୍ଟଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଯାଇଥିଲା । ତେବେ ଅକ୍ଷୟ ଦିନ ଦ୍ୱିପ୍ରହରରେ ଶୌଚ ପାଇଁ ପାଇଖାନା ଯିବାକୁ କହିଥିଲେ । ପାଇଖାନା ଯିବା ବେଳେ ହଠାତ ପାଇଖାନା ଉପରକୁ ଉଠି ପାଇପ ସାହାଯ୍ୟରେ ଜେଲ ପାଚେରି ଡେଇଁ ଫେରାର ଉଦ୍ୟମ କରିଥିଲେ । ତେବେ ଜେଲର ସୁରକ୍ଷାକର୍ମୀ ଅକ୍ଷୟଙ୍କୁ ଗୋଡ଼ାଇଥିଲେ । ଜେଲ ନିକଟରୁ ପ୍ରାୟ ଅଧା କିଲୋମିଟର ଦୂରରେ ତାଙ୍କୁ ଧରିଥିଲେ। ପରେ ତାଙ୍କୁ ପୁଣି ଜେଲକୁ ନିଆଯାଇଛି । ଏ ଘଟଣା ନେଇ ଜେଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।