Categories: ଜାତୀୟ

କରୋନାରେ ଆଖି ବୁଜିଲେ ଅଣ୍ଡରଓ୍ବାର୍ଲଡ ଡନ ଛୋଟା ରାଜନ

ନୂଆଦିଲ୍ଲୀ, ୭।୫: ଅଣ୍ଡରଓ୍ବାର୍ଲଡ ଡନ ଛୋଟା ରାଜନ କରୋନାରେ ଆଖି ବୁଜି ଛନ୍ତି। କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜନଙ୍କ ମୃତ୍ୟୁ ଘଟିଛି। ତିହାର ଜେଲରେ ଥିବା ବେଳେ ସେ କରୋନା ସଂକ୍ରମିତ  ହୋଇଥିଲା। ଏପ୍ରିଲ ଶେଷ ସପ୍ତାହରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ୨୦୧୫ରେ ତାଙ୍କୁ ଇଣ୍ଡୋନେସିଆର ବାଲିରୁ ଗିରଫ କରାଯାଇଥିଲା। ଇଣ୍ଡୋନେସିଆ ସରକାର ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିଥିଲେ। ସେ ଭାରତକୁ ଆସିବା ଦିନଠାରୁ ତିହାର ଜେଲରେ ଥିଲେ। ତାଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଛି ।

Share