Categories: ଜାତୀୟ

ଅଣ୍ଡର ଓ୍ବାର୍ଲଡ ଡନ ଛୋଟା ଶକିଲଙ୍କ ଶଳା ଆରିଫ ଶେଖଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୬: ଅଣ୍ଡରୱାର୍ଲଡ ଡନ ଛୋଟା ଶକିଲଙ୍କ ସମ୍ପର୍କୀୟ ଶଳା ଆରିଫ ଶେଖ ଓରଫ ଆରିଫ ଭାଇଜାନଙ୍କର ମୁମ୍ବାଇରେ ହୃଦଘାତରେ ମୃତ୍ୟୁ ଘଟିଛି। ଟେରର ପଣ୍ଡିଂ ମାମଲାରେ ଗିରଫ ହୋଇଥିବା ଆରିଫ ଶେଖ ହେଉଛନ୍ତି ଛୋଟା ଶକିଲଙ୍କ ଶଳା। ଗିରଫ ପରଠାରୁ ସେ ଆର୍ଥର ରୋଡ ଜେଲରେ ଦଣ୍ଡ ଭୋଗୁଥିଲେ। ଜେଲରେ ଆରିଫ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିଥିଲେ, ପରେ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ଜେଜେ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ତେବେ ଚିକିତ୍ସା ସମୟରେ ଆରିଫଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଅଣ୍ଡରୱାଲର୍‌ଡ ଡନ ଏବଂ ଗ୍ୟାଙ୍ଗଷ୍ଟର ଦାଉଡ ଇବ୍ରାହିମ ଏବଂ ତାଙ୍କ ସହଯୋଗୀ ଛୋଟା ଶକିଲଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା। ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ୬୧ ବର୍ଷିୟ ଆରିଫ ଶେଖଙ୍କୁ ମେ ୨୦୨୨ରେ ଗିରଫ କରାଯାଇଥିଲା। ସେ ଦାଉଦ ଇବ୍ରାହିମ ଏବଂ ଶକିଲଙ୍କ ସମେତ ଦାଉଦ ଗ୍ୟାଙ୍ଗର ଅନେକ ସଦସ୍ୟଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା। ଗିରଫ ପରେ ତାଙ୍କୁ ଗତ ଦୁଇ ବର୍ଷ ଧରି ଆର୍ଥର ରୋଡ ଜେଲରେ ରଖାଯାଇଥିଲା।
ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ନିଶ୍ୱାସ ପ୍ରଶ୍ୱାସ ନେବା ଏବଂ ଛାତିରେ ଯନ୍ତ୍ରଣା ହେତୁ ଆରିଫ ଶେଖଙ୍କୁ ଶୁକ୍ରବାର (ଜୁନ ୨୧) ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆରିଫଙ୍କ ସମ୍ପର୍କୀୟ କହିଛନ୍ତି ଯେ ତାଙ୍କର ଦୁଇଟି ଝିଅ ଅଛନ୍ତି ଏବଂ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ। ସେ କହିଛନ୍ତି, ତାଙ୍କର କୌଣସି ଅସୁବିଧା ନଥିଲା ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିଲା। କର୍ତ୍ତୃପକ୍ଷ ଆମକୁ କିଛି କହୁ ନାହାଁନ୍ତି ଏବଂ ଆମେ ଜେଜେ ହସ୍ପିଟାଲରୁ ତଥ୍ୟ ସଂଗ୍ରହ କରିଛୁ।

Share