ଅନୁଚିତ ଅନୁଗ୍ରହ

ଏ ଦୁନିଆରେ ଦୁଃସ୍ଥ, ଅସହାୟ ଓ ଅବହେଳିତ ଅବସ୍ଥାରେ ଥିବା ମଣିଷଟେ ପ୍ରତି କାହା ମନରେ ଦୟା କିମ୍ବା ଅନୁଗ୍ରହର ଭାବ ସୃଷ୍ଟି ନ ହେବ କହିଲେ। ଆଜି ଆମ ବିପର୍ଯ୍ୟୟମୁଖୀ ସାମାଜିକ ଜୀବନ ଭିତରେ ବି ଅନେକ ଲୋକ ଆଶାର ଆଲୋକ ଭଳି ସେମାନଙ୍କ ହୃଦୟ ଭିତରେ ଅନୁକମ୍ପା ଓ ଅନୁଗ୍ରହ ଭାବ ପ୍ରଦର୍ଶନର ସ୍ବଭାବଟିକୁ ଆଜିଯାଏ ବଳବତ୍ତର ରଖିଛନ୍ତି। ସୁବିଧା ଅସୁବିଧା ଅଥବା ବିପଦ ଆପଦରେ ପଡ଼ିଥିବା ଲୋକ ସର୍ବୋପରି ସମାଜର ସକଳ ଦୁଃଖ ଦୈନ୍ୟତା ଭିତରେ ଶଢ଼ି ଶଢ଼ି ମରୁଥିବା ମଣିଷଙ୍କୁ ଦେଖିଲେ ସତରେ ଖୁବ୍‌ ଦୁଃଖ ଲାଗେ। ତେଣୁ ସେମାନଙ୍କ ପ୍ରତି ସାମାନ୍ୟ ଅନୁଗ୍ରହ ଓ ସମବେଦନା ପ୍ରଦର୍ଶନ କରିବାକୁ ଆମ ବିବେକ ଆମକୁ ବାଧ୍ୟ କରିଥାଏ। ଆଜି ନୁହେଁ ବରଂ ମଣିଷ ସୃଷ୍ଟିର ଆଦ୍ୟକାଳରୁ ଏ ଭାବ ଓ ଭାବନା ସଦାସର୍ବଦା ମଣିଷର ହୃଦୟରେ ରହିଆସିଛି। ଭୋକିଲା ଲୋକଟାକୁ ଖାଇବା ଲାଗି କିଛି ଖାଦ୍ୟପଦାର୍ଥ ଦେବାଠାରୁ ପୁଣି ବାଟଭିକାରୀକୁ କିଛି ଦାନ କରିବାର ସ୍ବଭାବ ଆଜି ବି ଅନେକଙ୍କ ଭିତରେ ରହିଛି। ସେହିପରି ପାଠପଢ଼ାଠାରୁ ଆରମ୍ଭକରି ରୋଗ ପାଇଁ ଚିକିତ୍ସା ଖର୍ଚ୍ଚ ଓ ବିବାହ ବ୍ରତାଦି କର୍ମ ସମ୍ପାଦନରେ ଅକ୍ଷମ ବ୍ୟକ୍ତିଟିକୁ ଅନେକେ ଦୟା ଓ ଅନୁଗ୍ରହ ଦେଖାଇଥାନ୍ତି। ପରିସ୍ଥିତିର ତାଡ଼ନାରେ ହେଉ କି ବିପଦ ଆପଦ କିମ୍ବା ଅଭାବ ଅସୁବିଧାରେ ପଡ଼ି ହେଉ ଯେତେବେଳେ ଜଣେ ଅନ୍ୟ ଜଣଙ୍କଠାରୁ କିଛି ସାହାଯ୍ୟ ସହଯୋଗ କାମନା କରେ, ସେତେବେଳେ ତା’ ପ୍ରତି ଯଥାସମ୍ଭବ ଅନୁଗ୍ରହ ପ୍ରଦର୍ଶନ କରିବା ହେଉଛି ମଣିଷ ପଣିଆ। ବ୍ୟକ୍ତିଗତ ଜୀବନରେ କାହା ପ୍ରତି ଏମିତି ଦୟା ଓ ଅନୁଗ୍ରହ ଭାବ ପ୍ରଦର୍ଶନ କରାଯିବା ଭଲ କଥା ନିଶ୍ଚୟ। ଅନ୍ୟପକ୍ଷେ କୌଣସି ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବିଜୁଳି ଯୋଗାଣ ଆଦି ନେଇ ରହିଥିବା ସମସ୍ୟା କୌଣସି ଜନ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଅନୁଗ୍ରହରୁ ଯଦି ସମାଧାନ ହୋଇପାରୁଛି ତେବେ ତାହା ବି ଅତି ଗୌରବର ବିଷୟ। ମାତ୍ର ଅନୁଗ୍ରହ ଯେବେ କାହାର ବ୍ୟକ୍ତିଗତ ଫାଇଦା ହାସଲକୁ ପ୍ରୋତ୍ସାହିତକରେ ତଥା ମଣିଷର ସାମଗ୍ରିକ ସ୍ବାର୍ଥର ପରିପନ୍ଥୀ ସାଜେ ତେବେ ଏଭଳି ଅନୁଚିତ ଅନୁଗ୍ରହ ପ୍ରଦର୍ଶନରୁ ସର୍ବଦା ବିରତ ରହିବା ଆବଶ୍ୟକ। ଅନୁଚିତ ଭାବେ କାହାକୁ ଅନୁଗ୍ରହ କରାଯିବା ଆଦୌ ସମୀଚୀନ ନୁହେଁ। କାରଣ ଏକ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ସମାଜର ସବୁ ବର୍ଗର ସ୍ବାର୍ଥ ଓ ସମସ୍ୟାକୁ ଗୁରୁତ୍ୱ ଦିଆଯିବା ନିୟମ ଥିବା ସ୍ଥଳେ କାହାର ଅନୁଚିତ ଅନୁଗ୍ରହରୁ ଜଣେ କିମ୍ବା ମୁଷ୍ଟିମେୟ ଲୋକ ଫାଇଦା ହାସଲ କରିବାର ସୁଯୋଗ ପାଇଲେ ସାମାଜିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି। ଅନେକ ସମୟରେ ଦେଖାଯାଏ ଶାସନରେ ଥିବା ଦଳ, ନିର୍ବାଚିତ ଜନ ପ୍ରତିନିଧି କିମ୍ବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଲାଭ ବା ଲୋଭବଶତଃ ଯେବେ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରନ୍ତି ତେବେ ତାହା ଦ୍ୱାରା ସଂପୃକ୍ତ ବ୍ୟକ୍ତି କିମ୍ବା ଗୋଷ୍ଠୀ ଲାଭବାନ୍‌ ହେବେ ସତ ହେଲେ ଅନ୍ୟମାନେ ଯେ ଏହାଦ୍ୱାରା ଗୁରୁତର ପ୍ରଭାବିତ ହେବେ ଏଥିରେ ସନ୍ଦେହ ନାହିଁ। ତା’ଛଡ଼ା ଏହାକୁ ନେଇ ଅଶାନ୍ତି ଓ ଅସନ୍ତୋଷ ବୃଦ୍ଧିପାଇବ ଏବଂ ସାମାଜିକ ଭେଦଭାବ ବି ସୃଷ୍ଟି ହେବ।
କାହା ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିବା ପୂର୍ବରୁ ଏହାର ପ୍ରାସଙ୍ଗିକତାକୁ ବିଚାର କରାଯିବା ଆବଶ୍ୟକ। ନୀତିନିୟମ ଆଧାରରେ ତଥା ଯଥାର୍ଥ ଓ ନ୍ୟାୟସଙ୍ଗତ ଭାବେ ସର୍ବୋପରି ସମାଜର ହିତକୁ ଆଖି ଆଗରେ ରଖି ବ୍ୟକ୍ତି ବା ଗୋଷ୍ଠୀ ପ୍ରତି ଅନୁଗ୍ରହ ପ୍ରଦର୍ଶନ କରାଯିବାରେ ଅସୁବିଧା ନାହିଁ। ଦେଶ ସ୍ବାଧୀନତା ପାଇବା ଦିନଠାରୁ ପୁଣି ଆଜି ଯାଏ ମୁଷ୍ଟିମେୟ ଲୋକଙ୍କ ସ୍ବାର୍ଥ ଓ ସୁଖସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରାଯିବାର କୁପରିଣାମ ସମଗ୍ର ଦେଶବାସୀଙ୍କୁ ହିଁ ଭୋଗିବାକୁ ହେଉଛିି। ଅନେକ ସମୟରେ ଦେଖାଯାଏ ସରକାର ଗରିବଙ୍କ ହିତ ଲାଗି ଯୋଜନା ମାନ ପ୍ରଣୟନ କରୁଥିବା ବେଳେ ସମାଜର ଥିଲାବାଲା ଶ୍ରେଣୀର ଲୋକେ ସେଥିରୁ ଫାଇଦା ଉଠାଇବାରେ ସକ୍ଷମ ହେଉଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଜନ ପ୍ରତିନିଧିମାନେ ଏଭଳି ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କ ଚାପରେ ପଡ଼ି ପ୍ରଶାସନିକ ଅଧିକାରୀମାନେ ବି ଏହାକୁ ନୀରବ ସମର୍ଥନ ଯୋଗାଇ ଚାଲିଛନ୍ତିି। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀଟିଏ ଯୋଜନାରେ ସାମିଲହେବାରୁ ବଞ୍ଚିତ ହେଉଛି। ଏହା କ’ଣ ତାକୁ ନିରାଶ ଓ ନିରୁତ୍ସାହିତ କରୁନାହିଁ କି ? ଆଜିର ଭୋଟ ସର୍ବସ୍ବ ଓ ସୁବିଧାବାଦୀ ରାଜନୀତି କ୍ଷେତ୍ରରେ ଏଭଳି ଅନୁଚିତ ଅନୁଗ୍ରହର ମାତ୍ରା ଢେ ଅଧିକ। କୌଣସି ରାଜନୈତିକ ଦଳ ଯେବେ କ୍ଷମତାକୁ ଆସୁଛି ତେବେ ସେ ଦଳର ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭକରି ଦଳୀୟ ପଦପଦବୀରେ ଥିବା ନେତାମାନେ ବିଭିନ୍ନ ସମୟରେ ସେମାନଙ୍କ ଦଳର କର୍ମୀ, ସମର୍ଥକଙ୍କଠାରୁ ଆରମ୍ଭକରି ପୁଣି ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବମାନଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରୁଛନ୍ତି। ଫଳରେ ସମାଜରେ ଦୁର୍ନୀତି ଭ୍ରଷ୍ଟାଚାର ବଢୁଛି। ସମାଜରେ ଅରାଜକତା ଓ ବିଶୃଙ୍ଖଳା ଦେଖାଦେଉଛି। ଦଳର ଉପରିସ୍ଥଙ୍କ ଅଦୃଶ୍ୟ ଆଶୀର୍ବାଦ ଓ ସହଯୋଗର ହାତ ସେମାନଙ୍କ ମୁଣ୍ଡ ଉପରେ ରହୁଥିବାରୁ ସେମାନେ କଳାକୁ ଧଳା କରିବାରେ ସକ୍ଷମ ହେଉଛନ୍ତି। ବିଭିନ୍ନ ପଦପଦବୀରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବି ସେହି ପଥର ପଥିକ ସାଜୁଛନ୍ତି। ନିର୍ବାଚନ ବେଳେ ଦଳକୁ ସହଯୋଗ କରିଥିବା ଠିକାଦାର, ବ୍ୟବସାୟୀ, ଶିଳ୍ପପତି ତଥା ପୁଞ୍ଜିପତିଙ୍କ ପ୍ରତି ମଧ୍ୟ ଜନ ପ୍ରତିନିଧି, ମନ୍ତ୍ରୀ ଓ ନେତାଙ୍କ ଅନୁଚିତ ଅନୁଗ୍ରହ ରହିଥାଏ। ଯେଉଁଥିପାଇଁ ଅନେକ ସମୟରେ ସେମାନଙ୍କୁ ସୁହାଇଲା ଭଳି ନୀତିନିୟମ ସରକାର ପ୍ରଣୟନ କରିଥାନ୍ତି। ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ ଅଧସ୍ତନ କର୍ମଚାରୀଙ୍କ ପ୍ରତି ଉପରିସ୍ଥ ଅଧିକାରୀଙ୍କ ଅନୁଚିତ ଅନୁଗ୍ରହ ରହିଥିବା ମଧ୍ୟ ଦେଖାଯାଏ। ଏହି ଅଧସ୍ତନଙ୍କ ଦ୍ୱାରା ସେମାନେ ନାନା ଭାବେ ଉପକୃତ ହେଉଥିବା କାରଣରୁ ସେମାନେ ସେମାନଙ୍କର ରକ୍ଷାକବଚ ସାଜିଥାନ୍ତି। ସେହିପରି ଚୋରି, ଡକାୟତି, ହତ୍ୟା , ଦୁର୍ଷ୍କମଠାରୁ ପୁଣି ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାବାଡ କରିବା ଦାୟିତ୍ୱରେ ଥିବା କେତେଜଣ ବିଭାଗୀୟ ଅଧିକାରୀଙ୍କ ଅନୁଚିତ ଅନୁଗ୍ରହ ଯୋଗୁ ସମାଜରେ ବିଭିନ୍ନ ଅପରାଧର ମାତ୍ରା ବଢ଼ିବାରେ ଲାଗିଛି।

  • ଯଦୁମଣି ପାଣିଗ୍ରାହୀ
    ଶଙ୍ଖିଡ଼ା, ତିହଡ଼ି, ଭଦ୍ରକ
    ମୋ:୯୯୩୭୫୬୫୫୨୭

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri