ବିଗ୍‌ ବଜାର: ମିଳୁନି ସୁୁବିଧା

ଭୁବନେଶ୍ୱର, ୧୨।୧୨ (ବ୍ୟୁରୋ): କିଶୋର ବୟାନୀଙ୍କ ‘ଫ୍ୟୁଚର ଗ୍ରୁପ୍‌’ ଅଧୀନ ଦେଶର ସର୍ବବୃହତ୍‌ ହାଇପରମାର୍କେଟ ଚେନ୍‌ ‘ବିଗ୍‌ ବଜାର’ ଷ୍ଟୋରଗୁଡ଼ିକରେ ଏବେ ତାଲା ଝୁଲୁଛି। ବହୁ ଗ୍ରାହକ ବିଗ୍‌ ବଜାର ଷ୍ଟୋର ଥିବା ସ୍ଥାନକୁ ଯାଇ ଫେରି ଆସୁଛନ୍ତି। ପୂର୍ବରୁ ଶସ୍ତାରେ ଯେଭଳି ସାମଗ୍ରୀ ମିଳିପାରୁଥିଲା, ତାହା ଏବେ ଅନୁପଲବ୍ଧ ହୋଇଥିବାରୁ ଗ୍ରାହକମାନେ ନିରାଶ ହୋଇଯାଇଛନ୍ତି। ଦେଶର ୧୨୦ଟି ସହରରେ ୩୦୦ରୁ ଊର୍ଦ୍ଧ୍ୱ ବିଗ୍‌ ବଜାର ଷ୍ଟୋର ଥିଲା। ୨୦୨୨ ଫେବୃୟାରୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ତନ୍ମଧ୍ୟରୁ ୨୦୦ ଷ୍ଟୋରକୁ ହାତକୁ ନେଇ ସେଗୁଡ଼ିକୁ ରିଲାଏନ୍ସ ଷ୍ଟୋରରେ ପରିବର୍ତ୍ତନ କରିଛି। ଓଡ଼ିଶାରେ ଥିବା ୧୪ଟି ଷ୍ଟୋର ମଧ୍ୟ ଫେବୃୟାରୀ ୨୦୨୨ରୁ ବନ୍ଦ ହୋଇଯାଇଛି। ଏହା ପଛର କାରଣ ନିର୍ଦ୍ଦିଷ୍ଟ ଭାବେ ଦର୍ଶାଯାଉ ନ ଥିଲେ ମଧ୍ୟ କମ୍ପାନୀଗୁଡ଼ିକ ମଧ୍ୟରେ ଆଇନଗତ ଲଢ଼େଇ ଭିତରେ ଫ୍ୟୁଚର ଗ୍ରୁପ୍‌ ଛନ୍ଦି ହୋଇଯିବାରୁ ଉଧେଇ ପାରିଲା ନାହିଁ। ଏଥିସହିତ ଆର୍ଥିକ ଦୁରବସ୍ଥା ଯୋଗୁ ଏହି ବୃହତ୍‌ ରିଟେଲ୍‌ ଚେନ୍‌ ତା’ର ବ୍ୟବସାୟ ବଜାୟ ରଖିବାରେ ବିଫଳ ହୋଇଥିବା କୁହାଯାଉଛି।

Share