Categories: ଜାତୀୟ

‘ତୁମ ପାଇଁ ଦେଶରେ ବେରୋଜଗାରୀ ବୃଦ୍ଧି ପାଉଛି’

ନୂଆଦିଲ୍ଲୀ,୨।୨: କେନ୍ଦ୍ର ସରକାରଙ୍କ ପାଇଁ ଦେଶରେ ବେରୋଜଗାର ହାର ବଢ଼ି ଚାଲିଛି। ସଂସଦରେ ବୁଧବାର ଏଭଳି କଡ଼ା ଶବ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

“ତୁମେ ମେକ ଇନ୍‌ ଇଣ୍ଡିଆ କଥା କହୁଛ। ତୁମେ ଏହାକୁ ଧ୍ୱଂସ କରିଛ। ତୁମକୁ ଛୋଟ ଏବଂ ମଧ୍ୟମ ଧରଣର ଇଣ୍ଡଷ୍ଟ୍ରିଜକୁ ସହଯୋଗ କରିବାକୁ ପଡ଼ିବ। ନହେଲେ ମେକ ଇନ୍‌ ଇଣ୍ଡିଆ ସମ୍ଭବ ନୁହେଁ। ଛୋଟ ଏବଂ ମଧ୍ୟମ ଧରଣର ଇଣ୍ଡଷ୍ଟ୍ରିଜ ହିଁ କେବଳ ନିଯୁକ୍ତି ସୃଷ୍ଟି କରିପାରିବେ। ତୁମେ କେବଳ ମେକ୍‌ ଇନ୍‌ ଇଣ୍ଡିଆ, ନ୍ୟୁ ଇଣ୍ଡିଆ, ଷ୍ଟାର୍ଟ-ଅପ୍‌ ଇଣ୍ଡିଆ କଥା କହୁଛ। ଏଣୁ ଦେଶରେ ବେରୋଜଗାର ହାର ବୃଦ୍ଧି ପାଉଛି” ବୋଲି ରାହୁଲ କହିଛନ୍ତି।

Share