ଓଡେସା ସହରରେ ରୁଷିଆ ଆକ୍ରମଣକୁ ନିନ୍ଦା କଲା ୟୁନେସ୍କୋ…

କିଭ୍‌,୨୪।୭ : ୟୁକ୍ରେନର ବନ୍ଦର ସହର ଓଡେସା ଉପରେ ରୁଷିଆ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଆହତ ହୋଇଛନ୍ତି। ବନ୍ଦର ସହର ଓଡେସାରେ ବିଶ୍ୱ ଐତିହ୍ୟ କେନ୍ଦ୍ରର ସ୍ଥାନ ଉପରେ ରୁଷିଆର ଆକ୍ରମଣକୁ ୟୁନେସ୍କୋ ଦୃଢ଼ ନିନ୍ଦା କରିଛି।

ୟୁନେସ୍କୋ ସହରର ଅନେକ ସାଂସ୍କୃତିକ ସ୍ଥାନକୁ ଟାର୍ଗେଟ କରିଥିବା ରୁଷିଆର ସୈନ୍ୟବାହିନୀର ଏହି ର୍ନିଦ୍ଦୟ ଆକ୍ରମଣକୁ କଡ଼ା ସମାଲୋଚନା କରିଛି ବୋଲି ଜାତିସଂଘ ସଂସ୍ଥା ଏକ ବିବୃତ୍ତିରେ କହିଛି। ଆହତଙ୍କ ମଧ୍ୟରେ ୪ ଜଣ ଶିଶୁ ମଧ୍ୟ ଅଛନ୍ତି।

Share