ଅତର୍ଚ୍ଛା ଦୌଡ଼

ଦିଲ୍ଲୀରେ ଗତ ଦୁଇ ଦିନରେ ପାଖାପାଖି ୫୦ ରୋଗୀଙ୍କ ମୃତ୍ୟୁ ଅକ୍ସିଜେନ୍‌ ସଙ୍କଟଜନିତ ବୋଲି ସରକାରୀ ତଥ୍ୟ ଦିଆଯାଇଛି। ହେଲେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଶ୍ମଶାନରେ ପୋଡ଼ାଯାଉଥିବା ଶବଗୁଡ଼ିକର ଚିତ୍ର ଦେଖିଲେ ଜଣାପଡ଼ିଯାଉଛି। ବିଧିବଦ୍ଧ ଯୋଜନାର ଅଭାବ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲ ହାତଯୋଡ଼ି ସବୁ ରାଜ୍ୟକୁ ଅନୁରୋଧ କରିଛନ୍ତି ଅକ୍ସିଜେନ୍‌ ସିଲିଣ୍ଡର ପଠାଇବାକୁ। ସେହିପରି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼ ଓ ଗୁଜରାଟରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଓଡ଼ିଶାରେ ସେଭଳି ଗମ୍ଭୀର ଅବସ୍ଥା ଦେଖାଦେଇ ନ ଥିଲେ ମଧ୍ୟ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୬ ହଜାର ଉପରେ ରହିବା ଲୋକଙ୍କ ମନରେ ଭୀତି ସଞ୍ଚାର କରିଛି। ମୋଟାମୋଟି କହିଲେ ସ୍ବାସ୍ଥ୍ୟଜନିତ ଜରୁରିକାଳୀନ ପରିସ୍ଥିତି ଦେଶକୁ କାବୁ କରିଦେଇଛି। ଯୁଆଡ଼େ ଦେଖିଲେ ସବୁଆଡ଼େ କରୋନା ଦ୍ୱିତୀୟ ଲହର ନେଇ ଆଲୋଚନା ହେଉଛି। ସମ୍ଭବତଃ କେହି କହିପାରିବେ ନାହିଁ ଯେ ପ୍ରଥମ ଲହର ରହିଛି କି? ହୁଏତ ଆହୁରି ଲହର ବାକି ଅଛି। ଆଗକୁ ସଂକ୍ରମଣର ସୁନାମି କେଉଁ ରୂପ ଧାରଣ କରିବ କହିହେବ ନାହିଁ। ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା, ଅକ୍ସିଜେନ୍‌ ଅଭାବ ଓ ରେମ୍‌ଡେସିଭିର୍‌ ଭଳି ଅତ୍ୟାବଶ୍ୟକ ଔଷଧର ସଙ୍କଟ ଦେଶରେ ଦେଖାଦେଇ ସାରିଲାଣି ବୋଲି ଭାରତବାସୀ ଉପଲବ୍‌ଧି କଲେଣି। ଏଭଳି ସ୍ଥଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କୀ ବାତ୍‌’ରେ କେବଳ ସଚେତନତାର ବାର୍ତ୍ତା ବାଣ୍ଟିବା ସହ କରୋନା ଯୋଦ୍ଧା ଓ ଲୋକଙ୍କୁ ପ୍ରଶଂସା କରିବାରେ ବ୍ୟସ୍ତ। ସମ୍ଭବତଃ ସେ ବୁଝିଗଲେଣି ଯେ ଏ ଦେଶରେ ଜନସାଧାରଣଙ୍କୁ ଗୁଣୁଗୁଣେଇବା ଭଳି ‘ସ୍ବଚ୍ଛ ଭାରତ’, ‘ଅଚ୍ଛେ ଦିନ୍‌’ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’, ‘ଆତ୍ମନିର୍ଭର ଭାରତ’ ପରି କିଛି କ୍ୟାଚ୍‌ଫ୍ରେଜେସ୍‌ ଧରେଇ ଦେଲେ ସେମାନେ ଖୁସି ହୋଇଯିବେ। ଅନେକାଂଶରେ ତାହା ତାଙ୍କୁ ସଫଳତା ଦେଇଦେଉଥିବାରୁ ସେ ଲୋକଙ୍କୁ ସାଙ୍ଗରେ ନେଇ ଅସ୍ବାଭାବିକ ସ୍ଥିତିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସାଧାରଣ ଲୋକ ଏହାର ମୂଲ୍ୟ ନିଜର ଜୀବନ ଦେଇ ଦେଉଛନ୍ତି।
ପ୍ରଥମେ ରାଷ୍ଟ୍ରୀୟ ସ୍ତରର କ୍ଷମତା ଚାଖିଲା ବେଳେ ମୋଦି ‘ସ୍ବଚ୍ଛ ଭାରତ’ ସ୍ଲୋଗାନ ଦେଲେ। ଦେଶକୁ ସଫାସୁତୁରା ରଖିବା ପାଇଁ ଲୋକଙ୍କଠାରୁ ସମୟ ମାଗିଲେ ଏବଂ ସେଥିପାଇଁ ସେସ୍‌ ଭାବେ ଟିକସ ବସାଇଥିଲେ, ଯାହା ଏପର୍ଯ୍ୟନ୍ତ ଦେଶବାସୀ ସବୁଥିରେ ଦେଇଚାଲିଛନ୍ତି। ତା’ ପରେ ଆଧାର ଓ ରାଶନ କାର୍ଡ ପାଇଁ ଅତର୍ଚ୍ଛା ଦୌଡ଼ାଇଲେ। କଳାଧନ ଫେରାଇ ଆଣିବା ସକାଶେ ଆଗକୁ ଅଚ୍ଛେ ଦିନ୍‌ ଆସୁଛି ବୋଲି କହିଲେ। ବିମୁଦ୍ରୀକରଣରେ ଲୋକେ ଯେତେବେଳେ ଦୁଃଖ ପାଇଲେ ସେମାନଙ୍କୁ ସୀମାନ୍ତରେ ସୈନ୍ୟମାନଙ୍କ କଷଣର ଦୃଷ୍ଟାନ୍ତ ଦେଇ କହିଲେ ଭଲ କାର୍ଯ୍ୟ ପାଇଁ ନାଗରିକମାନେ ତାହାକୁ ସହ୍ୟ କରନ୍ତୁ। ସେଥିସକାଶେ ସେ ୫୦ ଦିନ ସମୟ ଚାହିଁଲେ। ଏନ୍‌ଆର୍‌ସି ଏବଂ ସିଏଏ ଭଳି ପ୍ରସଙ୍ଗରେ କହିଲେ ଯଦି ସେ ଠିକ୍‌ କହୁଛନ୍ତି, ତେବେ ଜନତା ଗୋଟେ ମିସ୍‌ଡ କଲ ଦିଅନ୍ତୁ। ଯଦି ଭୁଲ ଭାବୁଛନ୍ତି, ତାହା ହେଲେ ମିସ୍‌ଡ କଲ୍‌ ଦିଅନ୍ତୁ ନାହିଁ। ପରେ ମିସ୍‌ଡ କଲ୍‌କୁ ଗଣାଯିବ। ଏଲ୍‌ପିଜି ସବ୍‌ସିଡି ଛାଡ଼ ଲାଗି ସ୍ଲୋଗାନ ଦେଇଥିଲେ। କେତେ ଲୋକ ସବ୍‌ସିଡି ପରିତ୍ୟାଗ କଲେ ତାହାର ତଥ୍ୟ ଦିଆ ନ ଯାଇ ଗ୍ୟାସ୍‌ ଟାଙ୍କି ମହିଳାଙ୍କ ହାତରେ ଧରେଇ ଦିଆଯାଇଥିବାର ଚିତ୍ର ପ୍ରକାଶ କରାଗଲା। କଶ୍ମୀର ସମସ୍ୟାର ସମାଧାନ ସକାଶେ ୩୦ ଦିନ ସମୟ ମାଗିଲେ। ଏବେ ସେହି ରାଜ୍ୟରୁ ସବୁ ଖବର ପଦାକୁ ଆସିପାରୁ ନ ଥିବାରୁ ବାସ୍ତବ ସ୍ଥିତି କେହି ଜାଣିପାରୁ ନାହାନ୍ତି। ସେଠାରେ ଅଧିକ ସୁରକ୍ଷା ବାହିନୀ ମୁତୟନ କରାଯାଇଥିବା ହେତୁ ରାଜକୋଷରୁ କରଦାତାଙ୍କ ଅର୍ଥ ଖର୍ଚ୍ଚ ହେଉଛି। ଗତବର୍ଷ କରୋନା ଭୂତାଣୁଜନିତ ସଂକ୍ରମଣ ବଢ଼ିବାରୁ ଲୋକଙ୍କୁ ତାଳି ମାରିବା, ଥାଳି ଓ ଘଣ୍ଟ ପିଟିବା, ୯ଟା ବେଳେ ୯ ମିନିଟ୍‌ ଦୀପ ଜାଳିବା କାମ ଧରାଇଦେଲେ। ଜନସାଧାରଣ ‘ଘୋ’ରେ ମାତି ପ୍ରଧାନମନ୍ତ୍ରୀଙ୍କ କଥା ମାନିଲେ। କୋଭିଡ୍‌ ସ୍ଥିତିରେ ଲୋକଙ୍କୁ ଆତ୍ମନିର୍ଭର କରିବା ଲାଗି ୫ ପର୍ଯ୍ୟାୟରେ ୨୦ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ଘୋଷଣା କଲେ। ହେଲେ ସେଥିରୁ ସର୍ବାଧିକ ଋଣ ଆକାରରେ ଥିଲା। ଚଳିତବର୍ଷ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଥିବାରୁ ନୂଆ ରଣକୌଶଳ ତିଆରି କଲେ। ରାଜ୍ୟଗୁଡ଼ିକୁ ଜାତୀୟ ସ୍ରୋତରେ ସାମିଲ କରିବା କଥା ବାରମ୍ବାର ଦୋହରାଇଲେ। ନିର୍ବାଚନ ସଭାରେ ନିଜେ ମାସ୍କ ନ ପିନ୍ଧି ମୋଦି କୋଭିଡ୍‌ ନିୟମକୁ ପାଳନ କରିବା ଲାଗି ଉପରଠାଉରିଆ ପରାମର୍ଶ ଦେଲେ। ଅନେକ ସଭାରେ କହିଲେ ଏତେ ସଂଖ୍ୟକ ଦର୍ଶକ ଏକସଙ୍ଗେ ସେ କେବେ ଦେଖି ନ ଥିଲେ। ସ୍ଥିତି ଯେତେବେଳେ ଅଣାୟତ୍ତ ହୋଇଗଲା, ସେତେବେଳେ ଗୋଟିଏ ଦୁଇଟି ସଭା କାର୍ଯ୍ୟକୁ ବାତିଲ କଲେ। ଚତୁରତାର ସହ ନାଟକୀୟ ଢଙ୍ଗରେ କୁମ୍ଭମେଳାକୁ ବନ୍ଦ କରାଇଦେଲା ବେଳକୁ କ୍ଷତି ମୁଣ୍ଡ ଉଚ୍ଚା ପହଞ୍ଚି ସାରିଥିଲା।
ଉପରଲିଖିତ ଘଟଣାଗୁଡ଼ିକୁ ତର୍ଜମା କଲେ ବୁଝାପଡ଼ୁଛି ଯେ, ପ୍ରଧାନମନ୍ତ୍ରୀ ସିଧାସଳଖ ପ୍ରସଙ୍ଗକୁ ନ ଯାଇ ଲୋକଙ୍କଠାରୁ ଅନୁଗ୍ରହ ଆଶା କରି ସେମାନଙ୍କୁ ସମସ୍ୟା ଭିତରେ ବୁଡ଼ାଇ ରଖିବାରେ ବ୍ୟସ୍ତ। ମେଞ୍ଚେ କଥା ଓ ଲୋକଙ୍କୁ ଅଣଉତ୍ପାଦନକ୍ଷମ କାର୍ଯ୍ୟରେ ବ୍ୟସ୍ତ ରଖି ନିଜ ସମୟ ବିତାଇବା ହୋଇଯାଇଛି ମୂଳ ଲକ୍ଷ୍ୟ। ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଆଦାନୀ, ଅମ୍ବାନୀ, ପୁନାଓ୍ବାଲାଙ୍କ ଭଳି ହାତଗଣତି କୋଟିପତିଙ୍କୁ ଆହୁରି ଅଧିକ ଧନୀ କରାଇ ଦେଉଛନ୍ତି। କୌତୂହଳର ବିଷୟ ଯେ, ୨୦୨୧ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କୋଭିଡ୍‌ ଟିକା ବାବଦରେ ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ସେହି ଅର୍ଥ କୁଆଡ଼େ ଗଲା ପ୍ରଶ୍ନ କରିବାକୁ କେହି ନାହିଁ। ଏବେ ରାଜସ୍ଥାନ ଭଳି ରାଜ୍ୟ ନିଜ ରାଜକୋଷରୁ ସମସ୍ତଙ୍କୁ ମାଗଣା ଟିକା ଦେବ ବୋଲି ଘୋଷଣା କଲା। ଓଡ଼ିଶା ତାହାକୁ ଅନୁକରଣ କରିଛି। ହେଲେ କେନ୍ଦ୍ର ଯେଉଁ ହାରକିନି ଦେଖାଇଥିଲା ଯେ ପ୍ରତ୍ୟେକ ଭାରତୀୟଙ୍କୁ ମାଗଣା ଟିକା ଦିଆଯିବ, ତାହା ଧୂଆଁବାଣ ଭଳି ମନେହେଉଛି। ନିକଟରେ ‘ଟିକା ଉତ୍ସବ’ ପାଳନ କରି ଲୋକଙ୍କ ମନରେ ଆଶା ସଞ୍ଚାର କରିଥିଲେ। ବର୍ତ୍ତମାନ ଆଲୋଚନା ହେଉଛି ସାଧାରଣ ଲୋକଙ୍କୁ ଟିକା କେଉଁ ଦରରେ ଦିଆଯିବ। ଏହା ଏକ ନୂଆ ଚଡ଼କ। ଏବେ ରାଜ୍ୟଗୁଡ଼ିକ ଉପରେ ଦାୟିତ୍ୱ ନ୍ୟସ୍ତ କରିଦେବା ଫଳରେ କେନ୍ଦ୍ର ତାହାର ହାତ ଧୋଇ ବସିଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା...

ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ...

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri