Posted inଖେଳ

ଓଡ଼ିଶା ଆଥ୍‌ଲେଟଙ୍କୁ ଆଶାତୀତ ସଫଳତା

ଭୁବନେଶ୍ୱର, ୨୬।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଓଡ଼ିଶା ଆଥ୍‌ଲେଟ୍‌ମାନେ ଆଶାତୀତ ସଫଳତା ପାଇଛନ୍ତି। ପ୍ରତିଯୋଗିତାର ଇତିହାସରେ ପ୍ରଥମଥରପାଇଁ ଓଡ଼ିଶା ପ୍ରତିଯୋଗୀମାନେ ୮ଟି ପଦକ ପାଇଛନ୍ତି ଏବଂ ଜଣେ ପ୍ରତିଯୋଗୀ ୪ର୍ଥ ସ୍ଥାନରେ ରହିଛନ୍ତି। ୨୦୧୯ରେ ୟୁଏଇରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ଭାରତ ୪ଟି ପଦକ ପାଇଥିଲା।
ଏଥର ପ୍ରତିଯୋଗିତାର ୪୦୦ ମିଟର ରେସ୍‌ରେ ଓପନ ଲର୍ନିଂ ସିଷ୍ଟମ (ଓଏଲ୍‌ଏସ୍‌) ଭୁବନେଶ୍ୱରର ଅରିଦିତା ଚକ୍ରବର୍ତ୍ତୀ ୧:୨୪.୦୫ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ପାଇଛନ୍ତି। ରବିବାର ଶେଷ ଦିବସରେ ଅନୁଷ୍ଠିତ ଏହି ଇଭେଣ୍ଟରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଅଳ୍ପକେ ସ୍ବର୍ଣ୍ଣ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ପୂର୍ବରୁ ସେ ଶଟ୍‌ପୁଟ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ବଲାଙ୍ଗୀର ଆର୍‌ଏସ୍‌ଡି (ସ୍କୁଲ ଫର୍‌ ଦି ଡିଫ୍‌) ସଇଁତଳାର ବୈଷ୍ଣବ ରାଜପଲିଆ ୮.୪୪ ମିଟର ଦୂରକୁ ଶଟ୍‌ପୁଟ୍‌ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି। ଆଠଗଡ଼ର କଳ୍ପନା ଜେନା ସାଇକ୍ଲିଂର ୨ କିଲୋମିଟର ଟାଇମ୍‌ ଟ୍ରାଏଲ୍‌ ଇଭେଣ୍ଟରେ ରୌପ୍ୟ ପଦକ ପାଇଥିବାବେଳେ ନିମାପଡ଼ା ସିବିଆଇଡିର ଜ୍ୟୋତିରଞ୍ଜନ ଓଝା ବ୍ରୋଞ୍ଜ ପଦକ ପାଇଥିବା ସ୍ପେଶାଲ ଅଲିମ୍ପିକ୍ସ (ଏସ୍‌ଓ) ଭାରତ ୟୁନିଫାଏଡ୍‌ ଭଲିବଲ ଟିମ୍‌ର ସଦସ୍ୟ ଥିଲେ। କିଟ୍‌ର ଶିବାନୀ ପ୍ରିୟଦର୍ଶିନୀ ଓ ମାମାଲି ନାଗ୍‌ ୟୁନିଫାଏଡ୍‌ ବିଚ୍‌ ଭଲିବଲ ଦଳର ସଦସ୍ୟଭାବେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିପରି ୪ର୍ଥ ସ୍ଥାନ ହାସଲ କରିଥିବା ଭାରତୀୟ ଫୁଟବଲ ଦଳର ସଦସ୍ୟ ଥିଲେ ବରପାଲି ସରସ୍ବତୀ ସଂଘର ସଚିନ ବାରିକ। ବଲାଙ୍ଗୀର ଆଶ୍ରାର ଝସକେତନ ସାହୁ ଭାରତୀୟ ଦଳର କୋଚ୍‌ ଥିଲେ। ରୌପ୍ୟ ପଦକ ହାସଲ କରିଥିବା ଏସ୍‌ଓ ଭାରତୀୟ ମହିଳା ବାସ୍କେଟବଲ ଦଳର କୋଚ୍‌ ଦାୟିତ୍ୱ ତୁଲାଇଥିଲେ କଟକ ସହାୟର ସସ୍ମିତା ରାଉତରାୟ।
”ଏହା ଆମପାଇଁ ଗର୍ବର ମୁହୂର୍ତ୍ତ ଏବଂ ଖୁସି ମନାଇବାର ସମୟ“ ବୋଲି ସ୍ପେଶାଲ ଅଲିମ୍ପିକ୍ସ ଭାରତର ସଭାପତି କସ୍ତୁରୀ ମହାପାତ୍ର ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ହେବାକୁଥିବା ପ୍ରତିଯୋଗିତାଗୁଡ଼ିକରେ ରାଜ୍ୟରୁ ଅଧିକରୁ ଅଧିକ ଆଥ୍‌ଲେଟ୍‌ଙ୍କୁ ଖେଳାଇବାରେ ଆମ କୋଚ୍‌ଙ୍କ ଆତ୍ମବିଶ୍ୱାସ ବଢ଼ାଇଛି ବୋଲି ସ୍ପେଶାଲ ଅଲିମ୍ପିକ୍ସ ଅନ୍ତର୍ଜାତୀୟ ସ୍ତରର କୋଚ୍‌ ଅର୍ପିତା ମହାପାତ୍ର କହିଛନ୍ତି। ସରକାରୀ ଓ ବେସରକାରୀ ସ୍ତରରୁ ସହାୟତା ମିଳିଲେ ଆମ ଆଥଲେଟ୍‌ମାନେ ଆହୁରି ଅଧିକ ସଫଳତା ପାଇପାରିବେ ବୋଲି ଏସ୍‌ଓବି-ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri