ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କ ନିକଟରେ ଫେରାଦ ହେଲେ ସମିତି ସଭ୍ୟ, ସରପଞ୍ଚ

କେସିଙ୍ଗା,୪।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥାପ୍ରସ୍ତାବ ପାଇଁ ୪୨ଜଣ ସମିତି ସଭ୍ୟ, ସରପଞ୍ଚ ଓ ଉପାଧକ୍ଷ୍ୟା ରାଜଲଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଶୁକ୍ରବାର ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି। ଇତିମଧ୍ୟରେ ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଲକ ସମ୍ମୁଖରେ ଦୀର୍ଘ ତିନି ଦିନ ଧରି ଗଣଆନ୍ଦୋଳନ କରି ୫ଦଫା ଦାବି କରିଥିଲେ। ପ୍ରଶାସନ କିଛି ପଦକ୍ଷେପ ନ ନେବାରୁ ୪୨ଜଣ ସମିତି ସଭ୍ୟ ଓ ସରପଞ୍ଚଙ୍କ ମିଳିତ ଉଦ୍ୟମରେ ଅନାସ୍ଥାପ୍ରସ୍ତାବ ପାଇଁ ଅଭିଯୋଗ କରିଛନ୍ତି।
କେସିଙ୍ଗା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି l କେବେ ବ୍ଲକ ପ୍ରଶାସନର ଦୁର୍ନୀତି ବିରୋଧରେ ଚାଁଚେର ପଞ୍ଚାୟତ ସରପଞ୍ଚଙ୍କ ଅନଶନ କେସିଙ୍ଗା ବ୍ଲକପ୍ରଶାସନର ଅସଲ ମୁଖା ଖୋଲି ଦେଇଥିଲା। ବ୍ଲକରେ ଖୁଲମଖୁଲା କନିଷ୍ଠ ଯନ୍ତ୍ରୀଙ୍କ ଲାଞ୍ଚଖିଆ କାରବାର ଏବଂ କୌଣସି କନିଷ୍ଠ ଯନ୍ତ୍ରୀ ବ୍ଲକ ପରିସରରେ ନ ରହି ଭବାନୀପାଟଣାରେ ରହୁଥିବାରୁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟିହେଉଥିଲେ ମଧ୍ୟ ବିଡ଼ିଓ ଏବଂ ଅଧ୍ୟକ୍ଷଙ୍କ ନିଷ୍କ୍ରିୟତା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି l ବ୍ଲକ ଅଧକ୍ଷ ଚନ୍ଦନ ସେନାପତି ନିଜର ମନମୁଖୀ କାର୍ଯ୍ୟ କରୁଥିବା , ବ୍ଲକ ରେ ଦୁଇ ମାସରେ ଥରେ ସମିତି ମିଟିଙ୍ଗ ହେବାର ନିୟମ ରହିଥିଲେ ମଧ୍ୟ ଏହି ବ୍ଲକରେ ୮ ମାସରେ ଥରେ ସମିତି ମିଟିଙ୍ଗ ହେଉଥିବା କରାଯାଉଛି।
କୌଣସି ସମିତି ସଭ୍ୟଙ୍କ ପରାମର୍ଶ ଗ୍ରହଣ କରୁ ନ ଥିବାରୁ ସରପଞ୍ଚମାନଙ୍କୁ ହଇରାଣ କରୁଥିବା ଭଳି ଗୁରୁତ୍ୱପୂର୍ଣ ବିଷୟକୁ ନେଇ ଚନ୍ଦନ ସେନାପତିଙ୍କ ବିରୋଧରେ ବ୍ଲକର ୪୨ଜଣ ସମିତି ଓ ସରପଞ୍ଚ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଉପଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରି ତୁରନ୍ତ ଅନାସ୍ଥା ଭୋଟ କରିବା ପାଇଁ ଅନୁରୋଧ କରିଥିଲେ l ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ମୋଟ ୫୨ ଜଣ ସମିତି ଏବଂ ସରପଞ୍ଚ ମଧ୍ୟରୁ ଆମେ ୩୮ରୁ ଉର୍ଦ୍ଧ୍ୱ ଜଣ ଏହି ଅନାସ୍ଥା ପ୍ରସ୍ତାବ ଆଣି ଥିବାର ଜଣାପଡିଛି। ବର୍ତମାନ ସପକ୍ଷରେ ୪୨ ଜଣଙ୍କ ସମେତ ଆହୁରି ୬ ଜଣ ସମିତି ଏବଂ ସରପଞ୍ଚ ମଧ୍ୟ ଭୋଟ ସମୟରେ ଉପାଧ୍ୟକ୍ଷା ସପକ୍ଷରେ ଭୋଟ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି l ଏହି ୨ ବର୍ଷ ମଧ୍ୟରେ ନାନାଦି ବିବାଦରେ ଛନ୍ଦିହୋଇ ଏହି ବ୍ଲକ ଦୁର୍ନାମ ଅର୍ଜନ କରିଥିବାବେଳେ ବ୍ଲକ ପ୍ରଶାସନର ବେଖାତିର ମନୋଭାବ ପାଇଁ ଜନସାଧାରଣ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି l

 


Enter your email to get our daily news in your inbox.

All Right Reserved By Dharitri.Com

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କଟକ,୫ା୧୦: ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ...

ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ, ସମର୍ଥନ ଜଣାଇଲା ଓକିଲ ସଂଘ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅସାମାଜିକ ଏବଂ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣାକୁ ନେଇ ବିରୋଧ...

ରାଜେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ, ଥାନାରେ ଏତଲା

ଖୋର୍ଦ୍ଧା, ୫ା୧୦(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଖୋର୍ଦ୍ଧା ମାଟିର ଅସମ୍ମାନ ହେବା ଭଳି ଅପଶବ୍ଦ କହିବାକୁ ନେଇ ବିଭିନ୍ନ ମହଲରେ...

ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ୮୪% ମତଦାନ: ଆଜି ଗଣତି

କୁଜଙ୍ଗ,୫।୧୦(ମନୋଜ ପ୍ରଧାନ ):ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡସଭ୍ୟ ପଦ ନିମନ୍ତେ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୋଲିସ...

ଯାଜପୁରରେ ବିକାଶ ନାଁରେ ୩ ପରିବାରର ଲୁଟ୍‌ ପ୍ରସଙ୍ଗ:ଜୋର୍‌ ଧରିଛି ଆରୋପ ପ୍ରତ୍ୟାରୋପ

ଯାଜପୁର,୫ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ବିକାଶ ନାମରେ ୩ ପରିବାର ଲୁଟ୍‌ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତବ୍ୟ ପରେ ଉଭୟ ବିଜେଡି ଓ ଭାଜପା...

ବିରାଜିବେ ମା’: ଆକର୍ଷଣ ସାଜିବ ଦିଲ୍ଲୀର ଲାଲକିଲ୍ଲା ମଣ୍ଡପ

ଭବାନୀପାଟଣା,୫/୧୦(ଉତ୍ତମ କୁମାର ଦାଶ):ମା’ ଦୁର୍ଗାଙ୍କ ଆଗମନ ପାଇଁ କଳାହାଣ୍ଡି ଜିଲା ଭବାନୀପାଟଣା ସହର ଚଳଚଞ୍ଚଳ ହୋଇଉଠିଛି। ସହରର ନକଟିଗୁଡ଼ା ପୂଜା ମଣ୍ଡପ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ।...

ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା: ଡିଏଫ୍‌ଓଙ୍କୁ ଜେରା କଲେ ଏସ୍‌ଡିପିଓ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ଅଧୀନ ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩) ଆତ୍ମହତ୍ୟା ଘଟଣାରେ...

ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅମରପାଲି,୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତର ଘିକୁଣ୍ଡି ଗ୍ରାମରେ ଥିବା ମା’ ମାହେଶ୍ୱରୀ ଗୋ-ସେବାଶ୍ରମକୁ କେତେଜଣ ଦୁର୍ବୃତ୍ତ ଜାଳିଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri