ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କ ନିକଟରେ ଫେରାଦ ହେଲେ ସମିତି ସଭ୍ୟ, ସରପଞ୍ଚ

କେସିଙ୍ଗା,୫।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥାପ୍ରସ୍ତାବ ପାଇଁ ୪୨ଜଣ ସମିତି ସଭ୍ୟ, ସରପଞ୍ଚ ଓ ଉପାଧକ୍ଷ୍ୟା ରାଜଲଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଶୁକ୍ରବାର ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି। ଇତିମଧ୍ୟରେ ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଲକ ସମ୍ମୁଖରେ ଦୀର୍ଘ ତିନି ଦିନ ଧରି ଗଣଆନ୍ଦୋଳନ କରି ୫ଦଫା ଦାବି କରିଥିଲେ। ପ୍ରଶାସନ କିଛି ପଦକ୍ଷେପ ନ ନେବାରୁ ୪୨ଜଣ ସମିତି ସଭ୍ୟ ଓ ସରପଞ୍ଚଙ୍କ ମିଳିତ ଉଦ୍ୟମରେ ଅନାସ୍ଥାପ୍ରସ୍ତାବ ପାଇଁ ଅଭିଯୋଗ କରିଛନ୍ତି।
କେସିଙ୍ଗା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି l କେବେ ବ୍ଲକ ପ୍ରଶାସନର ଦୁର୍ନୀତି ବିରୋଧରେ ଚାଁଚେର ପଞ୍ଚାୟତ ସରପଞ୍ଚଙ୍କ ଅନଶନ କେସିଙ୍ଗା ବ୍ଲକପ୍ରଶାସନର ଅସଲ ମୁଖା ଖୋଲି ଦେଇଥିଲା। ବ୍ଲକରେ ଖୁଲମଖୁଲା କନିଷ୍ଠ ଯନ୍ତ୍ରୀଙ୍କ ଲାଞ୍ଚଖିଆ କାରବାର ଏବଂ କୌଣସି କନିଷ୍ଠ ଯନ୍ତ୍ରୀ ବ୍ଲକ ପରିସରରେ ନ ରହି ଭବାନୀପାଟଣାରେ ରହୁଥିବାରୁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟିହେଉଥିଲେ ମଧ୍ୟ ବିଡ଼ିଓ ଏବଂ ଅଧ୍ୟକ୍ଷଙ୍କ ନିଷ୍କ୍ରିୟତା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି l ବ୍ଲକ ଅଧକ୍ଷ ଚନ୍ଦନ ସେନାପତି ନିଜର ମନମୁଖୀ କାର୍ଯ୍ୟ କରୁଥିବା , ବ୍ଲକ ରେ ଦୁଇ ମାସରେ ଥରେ ସମିତି ମିଟିଙ୍ଗ ହେବାର ନିୟମ ରହିଥିଲେ ମଧ୍ୟ ଏହି ବ୍ଲକରେ ୮ ମାସରେ ଥରେ ସମିତି ମିଟିଙ୍ଗ ହେଉଥିବା କରାଯାଉଛି।
କୌଣସି ସମିତି ସଭ୍ୟଙ୍କ ପରାମର୍ଶ ଗ୍ରହଣ କରୁ ନ ଥିବାରୁ ସରପଞ୍ଚମାନଙ୍କୁ ହଇରାଣ କରୁଥିବା ଭଳି ଗୁରୁତ୍ୱପୂର୍ଣ ବିଷୟକୁ ନେଇ ଚନ୍ଦନ ସେନାପତିଙ୍କ ବିରୋଧରେ ବ୍ଲକର ୪୨ଜଣ ସମିତି ଓ ସରପଞ୍ଚ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଉପଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରି ତୁରନ୍ତ ଅନାସ୍ଥା ଭୋଟ କରିବା ପାଇଁ ଅନୁରୋଧ କରିଥିଲେ l ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ମୋଟ ୫୨ ଜଣ ସମିତି ଏବଂ ସରପଞ୍ଚ ମଧ୍ୟରୁ ଆମେ ୩୮ରୁ ଉର୍ଦ୍ଧ୍ୱ ଜଣ ଏହି ଅନାସ୍ଥା ପ୍ରସ୍ତାବ ଆଣି ଥିବାର ଜଣାପଡିଛି। ବର୍ତମାନ ସପକ୍ଷରେ ୪୨ ଜଣଙ୍କ ସମେତ ଆହୁରି ୬ ଜଣ ସମିତି ଏବଂ ସରପଞ୍ଚ ମଧ୍ୟ ଭୋଟ ସମୟରେ ଉପାଧ୍ୟକ୍ଷା ସପକ୍ଷରେ ଭୋଟ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି l ଏହି ୨ ବର୍ଷ ମଧ୍ୟରେ ନାନାଦି ବିବାଦରେ ଛନ୍ଦିହୋଇ ଏହି ବ୍ଲକ ଦୁର୍ନାମ ଅର୍ଜନ କରିଥିବାବେଳେ ବ୍ଲକ ପ୍ରଶାସନର ବେଖାତିର ମନୋଭାବ ପାଇଁ ଜନସାଧାରଣ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି l

 

Share