କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

କେସିଙ୍ଗା,୬ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ମିଥ୍ୟା ବିଲ୍‌, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ପାଇଁ ୪୨ଜଣ ସମିତିସଭ୍ୟ, ସରପଞ୍ଚ ଓ ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ୩ଦିନ ହେଲା ଗୁପ୍ତ ବାସ ରହିଛନ୍ତି। ସମଗ୍ର ୨୬ଟି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହେଉଛି। ତେଣୁ ଜିଲା ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ଅନୁପସ୍ଥିତ ଯୋଗୁ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମରେ ଆଗେଇ ପାରି ନାହିଁ। ଇତିମଧ୍ୟରେ ସରପଞ୍ଚ ସଂଘ ପକ୍ଷରୁ ବ୍ଲକ ସମ୍ମୁଖରେ ଦୀର୍ଘ ସମୟ ଧରି ଗଣଆନ୍ଦୋଳନ କରି ୫ଦଫା ଦାବି କରିଥିଲେ। ସମଗ୍ର ୨୬ଟି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍‌ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିବା, ଆଦି କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ୪୨ଜଣ ସମିତି ସଭ୍ୟ ଓ ସରପଞ୍ଚଙ୍କ ମିଳିତ ଉଦ୍ୟମରେ ଅନାସ୍ଥା ପ୍ରସ୍ତାବ ପାଇଁ ଅଭିଯୋଗ କରିଛନ୍ତି। ଆଜକୁ ତିନି ଦିନ ହେଲା ଏହି ସମସ୍ତ ସଭ୍ୟ ସଭ୍ୟା ଅନାସ୍ଥା ପ୍ରସ୍ତାବ ନ ହେବା ଯାଏ ଗୁପ୍ତ ବାସ ରହିଛନ୍ତି।

ବ୍ଲକରେ ଖୁଲମଖୁଲା କନିଷ୍ଠଯନ୍ତ୍ରୀଙ୍କ ଲାଞ୍ଚଖିଆ କାରବାର ଏବଂ କୌଣସି କନିଷ୍ଠ ଯନ୍ତ୍ରୀ ବ୍ଲକ ପରିସରରେ ନ ରହି ଭବାନୀପାଟଣାରେ ରହୁଥିବାରୁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲେ ମଧ୍ୟ ବିଡିଓ ଏବଂ ଅଧ୍ୟକ୍ଷଙ୍କ ନିଷ୍କ୍ରିୟତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ନିଜର ମନମୁଖୀ କାର୍ଯ୍ୟ କରୁଥିବା, ବ୍ଲକରେ ଦୁଇ ମାସରେ ଥରେ ସମିତି ମିଟିଂ ହେବାର ନିୟମ ରହିଥିଲେ ମଧ୍ୟ ଏହି ବ୍ଲକରେ ୮ ମାସରେ ଥରେ ସମିତି ମିଟିଂ ହେଉଥିବା କରାଯାଉଛି। କୌଣସି ସମିତିସଭ୍ୟଙ୍କ ପରାମର୍ଶ ଗ୍ରହଣ କରୁ ନ ଥିବାରୁ ସରପଞ୍ଚମାନଙ୍କୁ ହଇରାଣ କରୁଥିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଚନ୍ଦନ ସେନାପତିଙ୍କ ବିରୋଧରେ ବ୍ଲକର ୪୨ଜଣ ସମିତି ଓ ସରପଞ୍ଚ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଉପଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରି ତୁରନ୍ତ ଅନାସ୍ଥା ଭୋଟ୍‌ କରିବା ପାଇଁ ଅନୁରୋଧ କରିଥିଲେ।

ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ମୋଟ୍‌ ୫୨ ଜଣ ସମିତି ଏବଂ ସରପଞ୍ଚ ମଧ୍ୟରୁ ଆମେ ୩୮ରୁ ଊର୍ଦ୍ଧ୍ୱ ଜଣ ଏହି ଅନାସ୍ଥା ପ୍ରସ୍ତାବ ଆଣି ଥିବାର ଜଣାପଡ଼ିଛି। ବର୍ତ୍ତମାନ ସପକ୍ଷରେ ୪୨ ଜଣଙ୍କ ସମେତ ଆହୁରି ୬ଜଣ ସମିତି ଏବଂ ସରପଞ୍ଚ ମଧ୍ୟ ଭୋଟ୍‌ ସମୟରେ ଉପାଧ୍ୟକ୍ଷା ସପକ୍ଷରେ ଭୋଟ୍‌ ଦେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ୨ ବର୍ଷ ମଧ୍ୟରେ ନାନାଦି ବିବାଦରେ ଛନ୍ଦିହୋଇ ଏହି ବ୍ଲକ ଦୁର୍ନାମ ଅର୍ଜନ କରିଥିବାବେଳେ ବ୍ଲକ ପ୍ରଶାସନର ବେଖାତିର ମନୋଭାବ ପାଇଁ ଜନସାଧାରଣ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣରେ ୧୦୦ ଟପିଲାଟମାଟୋ ଦର

ଭୁବନେଶ୍ୱର,୬।୧୦: ପରିବା ଦରରେ ନିଆଁ ଲାଗିଛି। ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ପୁରୁନି। ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା...

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬ା୧୦: ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦିଲ୍ଲୀରେ ମାଓବାଦୀ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ...

ବିଜେଡି ନେତାଙ୍କୁ ଝଟ୍‌କା: ୨୪ କୋଟି ୨୧ ଲକ୍ଷ ଫାଇନ୍‌ ପକାଇଲେ…

ନୟାଗଡ଼,୬।୧୦(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଭାପୁର ତହସିଲ ନିମାଣି ଗାଁସ୍ଥିତ କାସିଆ ପାହାଡ଼ରେ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ...

ସ୍ତ୍ରୀଙ୍କ ହାତରୁ ପାଣି ପିଇ ହୃଦ୍‌ଘାତରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଦିଗପହଣ୍ଡି,୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧିଙ୍କ ରବିବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି।...

ଭାଜପା ସରକାର ଏକ କପି ପେଷ୍ଟ ସରକାର, ଏମିତି କହି ବର୍ଷିଲେ…

ଭୁବନେଶ୍ୱର,୬।୧୦(ଅନିଲ ଦାସ): ରାଜ୍ୟ ଭାଜପା ସରକାରଙ୍କ ଦ୍ୱାରା ୧୬,୦୦୯ କନିଷ୍ଠଶିକ୍ଷକ (ସ୍କିମାଟିକ) ଭାବେ ଆଜି ପ୍ରଦାନ କରାଯାଉଥିବା ନିଯୁକ୍ତି ବିଜେଡି ସରକାରଙ୍କ ସମୟରେ ସମସ୍ତ କାର୍ଯ୍ୟ...

ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ ପିଙ୍କି ଦାସ ବିଜୟୀ

କୁଜଙ୍ଗ,୬।୧୦(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ବହୁଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର କଡା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ…

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ସିତାଂଶୁ ଶେଖର ମହାପାତ୍ର। ୨୦୨୪ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮...

ଆଜିଠାରୁ ହବିଷ୍ୟାଳି ଯୋଜନାରେ ପଞ୍ଜୀକରଣ ଆରମ୍ଭ,ଶୀଘ୍ର କରନ୍ତୁ ….

ଭୁବନେଶ୍ୱର,୬।୧୦: ହବିଷ୍ୟାଳି ଯୋଜନାରେ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ପୁରୀରେ ରହି ହବିଷ୍ୟ ବ୍ରତ ପାଇଁ ବ୍ରତଧାରୀ ମାନଙ୍କ ପାଇଁ ଆଜି ଠାରୁ ପଞ୍ଜୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri