ଫୁଲବାଣୀ ପୌରାଧ୍ୟକ୍ଷାଙ୍କୁ ଅନାସ୍ଥା ଭୋଟିଂ: ଆସିଲେ ନାହିଁ ନିର୍ବାଚନ ଅଧିକାରୀ

ଫୁଲବାଣୀ, ୧୮ା୭(ରାକେଶ କୁମାର ରାଉତ): ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ନାମରେ ଆସିଥିବା ଅନାସ୍ଥା ଉପରେ ଶୁକ୍ରବାର ଆସ୍ଥା ଭୋଟ ହୋଇ ପାରିନାହିଁ । ନିର୍ବାଚନ ଅଧିକାରୀ ତଥା ଅତିରିିକ୍ତ ଜିଲାପାଳ ଜରୁରୀ କାଳୀନ ଛୁଟିରେ ଚାଲି ଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଶାସନର ଏଭଳି କାର୍ଯ୍ୟକୁ ନେଇ ଅନାସ୍ଥା ଆଣିଥିବା ବିଜେଡି ଏବଂ ଅନ୍ୟ କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଏବଂ ଆସ୍ଥା ଭୋଟ ନ ହେବା ପର୍ଯ୍ୟନ୍ତ ପୌର ପରିଷଦ କାର୍ଯ୍ୟାଳୟରେ ତାଲା ପଡିବ ବୋଲି କୁହାଯାଇଛି। ଶେଷରେ ସମସ୍ତ କାଉନସିଲରମାନେ ଜିଲାପାଳ ଆଶିଷ ଇଶ୍ୱର ପାଟିଲଙ୍କୁ ଭେଟି ଏ ସମ୍ପର୍କିତ ଲିଖିତ ଅଭିଯୋଗ କରିଛନ୍ତି । ଆସନ୍ତା ୨୩ରେ ଆସିଥିବା ଅନାସ୍ଥା ଉପରେ ଆସ୍ଥା ଭୋଟ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି।

Share