Categories: ଜାତୀୟ

ମୋଦି କଲେ ଏମିତି କାମ: ସୋସିଆଲ ମିଡିଆରେ ଛୁଟିଲା ପ୍ରଶଂସା ସୁଅ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୩ ଏବଂ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ବପ୍ନର ପ୍ରକଳ୍ପ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଥିଲେ ଏବଂ ଗଙ୍ଗା ଆରତୀରେ ମଧ୍ୟ ଭାଗ ନେଇଥିଲେ। ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଯାହା ଫଳରେ ତାଙ୍କୁ ସୋସିଆଲ ପ୍ରଶଂସା କରାଯାଉଛି।


ବାରାଣସୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଜଣେ ଭିନ୍ନକ୍ଷମ ମହିଳା ତାଙ୍କୁ ଭେଟି ତାଙ୍କ ପାଦ ଛୁଇଁବାକୁ ଆଗେଇ ଆସିଥିଲେ। ପ୍ରଧାନମନ୍ତ୍ରୀ ମହିଳାଙ୍କୁ ମଝିରେ ଅଟକାଇ ନିଜେ ତାଙ୍କ ପାଦ ଛୁଇଁଥିଲେ। ଏହି ସମୟରେ ମହିଳା ଜଣକ ଭାବପ୍ରବଣ ହୋଇପଡିଥିବାର ଦେଖାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଭିନ୍ନକ୍ଷମ ମହିଳାଙ୍କ ସହ କଥା ହୋଇଥିଲେ। ଜଣେ ଭିନ୍ନକ୍ଷମ ମହିଳାଙ୍କ ପାଦ ଛୁଇଁବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି। ଏହି ଫଟୋ ଭାଜପା ମହିଲା ମୋର୍ଚ୍ଚା ଜାତୀୟ ସଭାପତି ଭନାଥୀ ଶ୍ରୀନିବାସନ ଏହାକୁ ସମସ୍ତ ମହିଳା ଶକ୍ତି ପାଇଁ ସମ୍ମାନ ବୋଲି କହିଛନ୍ତି। ସେ ଟୁଇଟ କରି କହିଛନ୍ତି, ଆମେ ସମସ୍ତେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଗର୍ବିତ।

Share