ପୂରଣ ହେଲାନି ମାଛ ଝୋଳ ଖାଇବା ଇଚ୍ଛା

ନନ୍ଦପୁର,୧୧ା୩ : କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ ପଡ଼ଇସିଂହ ଗ୍ରାମ ନିକଟସ୍ଥ ପାତାଳି ନଦୀର ହଳଦୀଘାଟକୁ ଗୁରୁବାର ୨ ଜଣ ନାବାଳିକା ମାଛ ଧରିବାକୁ ଯାଇ ପାଣିରେ ବୁଡ଼ିଯାଇଛନ୍ତି। ଫଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଡ଼ଇସିଂହ ଗ୍ରାମର ଦଶମନ୍ତ ଖିଲଙ୍କ ଝିଅ ଅନିତା ଖିଲ (୧୦) ଏବଂ ତୋଡ଼ିଙ୍ଗ ଗ୍ରାମର ଭକ୍ତରାମ ଖିଲଙ୍କ ଝିଅ ଡାଲି ଖିଲ(୧୫)। ଅନିତା ଓ ଡାଲି ମାଛ ଧରିବା ପାଇଁ ନଦୀକୁ ଯାଇଥିଲେ। ମାଛ ଧରୁଥିବା ବେଳେ ଉଭୟେ ପାଣିରେ ବୁଡିଯାଇଥିଲେ। କେତେଜଣ ଗ୍ରାମବାସୀ ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବା ପାଇଁ ନଦୀରେ ପଶିଥିଲେ। ହେଲେ ତାଙ୍କୁ ପାଇ ନ ଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚତ୍ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ପରେ ସେମାନଙ୍କ ମୃତଦେହ ମିଳିଥିଲା। ଏନେଇ ଥାନାକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Share