ୟୁଏନ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୋଗ ଦିବସ ସମାରୋହରେ ଯୋଗ ଦେବେ ୟୁଏନ୍‌ଜିଏ ଅଧ୍ୟକ୍ଷ

ଓ୍ବାଶିଂଟନ,୧୭।୬: ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ସଂଯୁକ୍ତ ରାଷ୍ଟ୍ର ହେବାକୁ ଥିବା ସମାରୋହରେ ଯୋଗଦେବେ। ସଂଯୁକ୍ତ ରାଷ୍ଟ୍ର ମହାସଭା (ୟୁଏନଜିଏ)ର ୭୭ ତମ ଅଧିବେଶନର ସଭାପତି ସାବା କୋରୋସି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୋରୋସି ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟର ଉତ୍ତର ଲନରେ ଆସନ୍ତା ସପ୍ତାହରେ ସଂଯୁକ୍ତ ରାଷ୍ଟ୍ରରେ ହେବାକୁ ଥିବା ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ଭାଗ ନେବାକୁ ମୁଁ ଉତ୍ସାହିତ ଅଛି। ଏହି ସମୟରେ ଜାତିସଂଘ ଏହି କାର୍ଯ୍ୟକ୍ରମ ପାଇଁ ଏକ ଆଡଭାଇଜରୀ ମଧ୍ୟ ଜାରି କରିଛି।

Share