ଯୋଗ ଦିବସ ସମାରୋହରେ ମୋଦିଙ୍କ ସହ ସାମିଲ ହେବେ ୟୁଏନଜିଏ ଅଧ୍ୟକ୍ଷ

ଓ୍ବାଶିଂଟନ,୧୬।୬: ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ରେ ମିଳିତ ଜାତିସଂଘରେ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ଯୋଗଦେବେ। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ୭୭ତମ ଅଧିବେଶନର ସଭାପତି ସାବା କୋରୋସି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୋରୋସି ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଳିତ ଜାତିସଂଘ ମୁଖ୍ୟାଳୟର ଉତ୍ତର ଲନରେ ଆସନ୍ତା ସପ୍ତାହରେ ମିଳିତ ଜାତିସଂଘରେ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ଭାଗ ନେବାକୁ ମୁଁ ଉତ୍ସାହିତ ଅଛି। ଏହି ସମୟରେ ଜାତିସଂଘ ଏହି କାର୍ଯ୍ୟକ୍ରମ ପାଇଁ ଏକ ଆଡଭାଇଜରୀ ମଧ୍ୟ ଜାରି କରିଛି।

ଜୁନ ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମିଳିତ ଜାତିସଂଘ ସଚିବାଳୟରେ ଏକ ଯୋଗ ଅଧିବେଶନର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ମୋଦି। ଆନ୍ତର୍ଜାତୀୟ ଯୋଗ ଦିବସ ପ୍ରତିଷ୍ଠା ପାଇଁ ସଂକଳ୍ପ ଭାରତ ଦ୍ୱାରା ପ୍ରସ୍ତାବିତ ହୋଇଥିଲା ଏବଂ ଏକ ରେକର୍ଡ ୧୭୫ସଦସ୍ୟ ରାଷ୍ଟ୍ର ଦ୍ୱାରା ସମର୍ଥିତ । ନିକଟରେ ଏହି ସୂଚନା ପ୍ରଦାନ କରି ଭାରତରେ ମିଳିତ ଜାତିସଂଘର ରେସିଡେଣ୍ଟ କୋ-ଅର୍ଡିନେଟର ଶମ୍ବି ଶାର୍ପ କହିଛନ୍ତି ଯେ ୨୦୧୫ପରଠାରୁ ବିଶ୍ୱ ଅନ୍ତର୍ଜାତୀୟ ଯୋଗ ଦିବସକୁ ଗ୍ରହଣ କରିଛି। ସେ କହିଛନ୍ତି ଯେ ଯୋଗର ମହତ୍ତ୍ୱକୁ ସମସ୍ତେ ବୁଝିିଛନ୍ତି ଏବଂ ୧୭୫ସଦସ୍ୟ ଦେଶ ଏହାକୁ ତୁରନ୍ତ ସ୍ବାକ୍ଷର କରିଛନ୍ତି । ଏହା ସେହି ଲୋକପ୍ରିୟ ଆନ୍ତର୍ଜାତୀୟ ଦିନଗୁଡିକ ମଧ୍ୟରୁ ଗୋଟିଏ ଏବଂ ପ୍ରକୃତରେ ଅନେକ ଜିନିଷର ପ୍ରତୀକ। ଏହା ମାନସିକ ସ୍ବାସ୍ଥ୍ୟ ପାଇଁ ପ୍ରଭାବଶାଳୀ ।

Share