Categories: ଜାତୀୟ

ଶିଶୁଙ୍କୁ ମିଳୁନି ଆବଶ୍ୟକ ପୋଷକ ତତ୍ତ୍ୱ: ୟୁନିସେଫ

ନୂଆଦିଲ୍ଲୀ,୨୩ ।୯: ଶିଶୁମାନଙ୍କୁ ନେଇ ୟୁନିସେଫ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ଦର୍ଶାଯାଇଛି କି ୨ ବର୍ଷରୁ କମ୍ ବୟସର ଶିଶୁଙ୍କ ବିକାଶ ପାଇଁ ଆବଶ୍ୟକ ପରିମାଣର ଭୋଜନ ବା ପୋଷକ ତତ୍ତ୍ୱ ମିଳିପାରୁ ନାହିଁ । ରିପୋର୍ଟରେ ଚେତାବନୀ ଦିଆଯାଇଛି କି କରୋନା ମହାମାରୀ କାରଣରୁ ଶିଶୁଙ୍କ ସ୍ଥିତି ଆହୁରି ଖରାପ ହୋଇପାରେ । ଚଳିତ ସପ୍ତାହରେ ହୋଇଥିବା ‘ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ପ୍ରଣାଳୀ ସମ୍ମିଳନୀ’ ପୂର୍ବରୁ ୟୁନିସେଫର ଏହି ରିପୋର୍ଟ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ଏହି ରିପୋର୍ଟ ପ୍ର୍‌ସ୍ତୁତି ପାଇଁ ଶିଶୁମାନଙ୍କ ମା’ଙ୍କ ସହ କଥାବାର୍ତ୍ତା କରାଯାଇଥିଲା । ଏଥିରେ ଇଥିଓପିଅ, ଘାନା,ଭାରତ, ମେକ୍ସିକୋ, ନାଇଜିରିୟା, ସର୍ବିୟା ଓ ସୁଡାନରେ ପ୍ରତି ୩ ଜଣରେ ଜଣେ ଶିଶୁଙ୍କୁ ପ୍ରତିଦିନ ଅତିକମରେ ଗୋଟିଏ ଥର ଆବଶ୍ୟକ ପରିମାଣର ଖାଦ୍ୟ ଦିଆଯାଉଛି । ରିପୋର୍ଟରେ ଦର୍ଶାଯାଇଛି କି ବୃଦ୍ଧି ପାଉଥିବା ଗରିବ, ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ବିପତ୍ତି ଓ କରୋନା ମହାମାରୀ ଯୋଗୁ ବିଶ୍ୱର ଅଧିକାଂଶ ଦେଶର ଶିଶୁଙ୍କୁ ଉଚିତ ପୋଷକ ତତ୍ତ୍ୱ ମିଳିପାରୁ ନାହିଁ । ତେବ ଗତ ୧୦ ବର୍ଷ ମଧ୍ୟରେ ଏଥିରେ କୌଣସି ବିଶେଷ ପରିବର୍ତ୍ତନ ଆସିନାହିଁ ।

Share