ମହାନଦୀରେ ଅଜଣା ମୃତଦେହ

ସାଲେପୁର,୧୩।୧୨(ଡି.ଏନ୍‌.ଏ.): କଟକ ଜିଲା କିଶନନଗର କାଳିକାପୁର ମହାନଦୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବାର ଦେଖି ବାଉଁଶ ଦ୍ବାରା ଅଟକାଇଥିଲେ । ପରେ କିଶନନଗର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ମୃତଦେହ କେଉଁଠୁ ଭାସି ଏଠାକୁ ଆସିଲା ତାହା ଜଣାପଡିନାହିଁ । ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କୁହାଯାଇଛି।

Share